ଡାକ୍ତରଖାନା ଟେଣ୍ଡରରେ ଅନିୟମିତା ଅଭିଯୋଗ



କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଅବହେଳା ପରେ ଏବେ ଟେଣ୍ଡର ପରିଚାଳନାରେ ଅନିୟମିତତା ହେଉଛି । ଏପରି ଅଭିଯୋଗ ଉତ୍କଳ ଏଣ୍ଟରପ୍ରାଇଜର୍ସର ମାଲିକ ଶେଖ ମହମ୍ମଦ ନିୟାଜଉଦ୍ଦିନ ଆଣି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗତ ଜୁନମାସ ୧୨ ତାରିଖରେ ଡାକ୍ତରଖାନାର ଆଇଇସି ( ସୂଚନା, ଶିକ୍ଷା ଓ ପ୍ରଚାର ପ୍ରସାର) ସମ୍ବନ୍ଧୀୟ ସାମଗ୍ରୀ ପାଇଁ ଟେଣ୍ଡର ବାହାରିଥିଲା । କେନ୍ଦ୍ରାପଡା ଜିଲ୍ଲା ସମେତ ପୁରୀ ଓ ଯାଜପୁର ଜିଲ୍ଲାର ବ୍ୟବସାୟ ଅନୁଷ୍ଠାନ ଏହି ଟେଣ୍ଡରରେ ସାମିଲ ହୋଇଥିଲେ । ଜୁଲାଇ ୭ ତାରିଖରେ ଏହି ଟେଣ୍ଡର ପତ୍ର ଖୋଲାଯାଇଥିଲେ ମଧ୍ୟ ଫାଇନାନସିଆଲ ବିଡକୁ ଜାଣିଶୁଣି ଅଟକା ଯାଇଥିଲା । ସମସ୍ତ ଟେଣ୍ଡର ପତ୍ର ଆବେଦନକାରୀଙ୍କ ସମ୍ମୁଖରେ ଖୋଲାଯିବ ବୋଲି କହିଥିଲେ ମଧ୍ୟ କୌଣସି ସୂଚନା ଦିଆ ନଯାଇ ଗତ ୧୮ ତାରିଖରେ ପୁରୀ ଓ ଯାଜପୁରର ବ୍ୟବସାୟୀଙ୍କୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାକୁ ପ୍ରାଧାନ୍ୟ ଦିଆ ନଯାଇ ବାହାର ଜିଲ୍ଲାର ବ୍ୟବସାୟୀଙ୍କୁ ଟେଣ୍ଡର ମଞ୍ଜୁରୀରେ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ମନୋରଞ୍ଜନ ରାଉତ କହିଛନ୍ତି ଯେ ସଂପୃକ୍ତ ଟେଣ୍ଡର ପତ୍ର ଦାଖଲକାରୀ କେତେକ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ନଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ତେବେ ଏନେଇ ସେ ତଦନ୍ତ କରିବେ ବୋଲି ଡା. ରାଉତ କହିଛନ୍ତି ।


Next Post

ଆୟବା ଗାଁର କୁନି କାଉଡିଆଙ୍କ ଶ୍ରାବଣ ଯାତ୍ରା

Tue Jul 29 , 2025
କେନ୍ଦ୍ରାପଡ଼ା,୨୮ା୭:ପବିତ୍ର ଶ୍ରାବଣ ମାସରେ ସବୁଆଡ଼େ ଶିବଭକ୍ତ ମାନଙ୍କ ଭିଡ। ମାନସିକ ମନାସି ଶିବଭକ୍ତ ମାନେ ଦୂରଦୂରାନ୍ତକୁ ପାଣି ଭାର ନେଇ ଯାତ୍ରା କରୁଛନ୍ତି। ଭକ୍ତିର ଏହି ଆଧ୍ୟତ୍ମିକ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗାଁର କୁନିକୁନି ପିଲାମାନେ। କାନ୍ଧରେ ପାଣି ଭାର ବୋହି ଏହି କୁନି କାଉଡିଆ ମାନେ ପ୍ରାୟ ୧୫ କିଲୋମିଟର ପଥ ଅତିକ୍ରାନ୍ତ କରିଥିଲେ। ତେବେ ପିଲାମାନଙ୍କ ଶ୍ରାବଣ ଯାତ୍ରା ଆରମ୍ଭ ହୋଇଥିଲା […]

KANIKA