ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ଲାଗି , ଅଗଷ୍ଟ ୨ରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ , ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ.


କେନ୍ଦ୍ରାପଡ଼ା, ୩୦.୭. କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ସେବା ବନ୍ଦ ରହିବ । କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥିବା ସାପ ସଫ୍ଟୱେର ବଦଳରେ ଡାକ ବିଭାଗ ନିଜସ୍ୱ ଜ୍ଞାନକୌଶଳରେ ଆଇଟି ୨.୦ ସଫ୍ଟୱେର ପ୍ରଚଳନ କରିବାକୁ ଯାଉଛି । ଆସନ୍ତା ୪ ଅଗଷ୍ଟରେ ଏହି ସଫ୍ଟୱେର କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅନ୍ତର୍ଗତ ସମସ୍ତ ଉପ ଡାକ ଘର ଏବଂ ଶାଖା ଡାକ ଘରରେ ପ୍ରଚଳିତ କରିବାକୁ ବିଭାଗ ନିର୍ଦ୍ଦେଶନାମା ଜାରୀ କରିଛି । ଏ ନେଇ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ପକ୍ଷରୁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୪ ଅଗଷ୍ଟରୁ ଆଇଟି ୨.୦ ସଫ୍ଟୱେର କାର୍ଯ୍ୟକ୍ଷମ ହେବ । ଏଣୁ ବିଭାଗର ନିର୍ଦ୍ଦେଶ କ୍ରମେ ବୈଷୟିକ କାରଣରୁ ଆସନ୍ତା ୨ ଅଗଷ୍ଟ ଅର୍ଥାତ ଶନିବାର ଦିନ ଡାକ ସେବା ବନ୍ଦ ରହିବ । ଜନସାଧାରଣ ସମେତ ସମସ୍ତ ଗ୍ରାହକ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ସହଯୋଗ କରିବାକୁ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ତରଫରୁ ଅନୁରୋଧ କରାଯାଇଛି ।


Next Post

ଜିଲ୍ଲା ସଡ଼କ ନିରାପତ୍ତା କମିଟି ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

Thu Jul 31 , 2025
କେନ୍ଦ୍ରାପଡ଼ା, ୩୦/୭.- ଟ୍ରାଫିକ ନିୟମର କଡ଼ାକଡ଼ି ଅନୁପାଳନ ଓ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ରୋକା ଯାଇପାରିବ ବୋଲି ବୁଧବାର କେନ୍ଦ୍ରାପଡା ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ନିରାପତା କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କମିଟି ବୈଠକରେ ଜିଲାର ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା, ଗମନାଗମନ, […]

KANIKA