ସମ୍ରାଟ ଜେନା ଜାତୀୟ ଯୁବ କଂଗ୍ରେସ ସମ୍ପାଦକ



ପଟ୍ଟାମୁଣ୍ଡାଇ ୩୦/୭ – ରାଜନଗର ନିର୍ବାଚନମଣ୍ଡଳୀର ଟାଣୁଆ ଯୁବନେତା ପଟ୍ଟାମୁଣ୍ଡାଇ ପୌର ପରିଷଦ ୧୫ନଂ ୱାର୍ଡ କାଉନସିଲର ଅଳଭା ଗ୍ରାମର ସମ୍ରାଟ ଜେନାଙ୍କୁ ଅଖିଳ ଭାରତ ଯୁବକଂଗ୍ରେସ ସମ୍ପାଦକ ଭାବେ ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ ) କେସି ବେଣୁଗୋପାଳ ନିଯୁକ୍ତି ଦେଇଛନ୍ତି ।ଏଥି ପାଇଁ ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ, ପିସିସି ସଭ୍ୟ ସଞ୍ଜୟ ରାଉତ, ରାଜନଗର କଂଗ୍ରେସ ପ୍ରାର୍ଥୀ ଅଶୋକ ପଢ଼ିଆରୀ,ଜିଲ୍ଲା ଓ ବିସି ଅଧ୍ୟକ୍ଷ ମଳୟ ଦାସ, ଦଳିତ ନେତା ସର୍ବେଶ୍ୱର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଭାତ ସେଠୀ, ପୂର୍ବତନ କାଉନସିଲର ଦିଲ୍ଲୀପ ସେଠୀ, ଆଳି ବ୍ଲକ ସଭାପତି ରବୀନ୍ଦ୍ର ବେହେରା ଓ ଯୁବ ନେତା ହେମନ୍ତ ବିଶ୍ୱାଳ ପ୍ରମୁଖ ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ଖଡ଼ଗେ, ସାଧାରଣ ସମ୍ପାଦକ କେସି ବେଣୁଗୋପାଳ,ଜାତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚେବଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବଳିଷ୍ଠ ଯୁବନେତା ଜେନାଙ୍କ ନେତୃତ୍ୱରେ ସାରା ଭାରତ ଓ ଓଡିଶାରେ ଯୁବକଂଗ୍ରେସ ସଂଗଠନ ସୁଦୃଢ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ।


Next Post

ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

Fri Aug 1 , 2025
କେନ୍ଦ୍ରାପଡା ୩୧ା୭ – କେନ୍ଦ୍ରାପଡା ଜିଲ୍ଲାରେ ଜୁଲାଇ ୧୬ରୁ ୨୧ତାରିଖ ଓ ଜୁଲାଇ ୨୯ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଅଞ୍ଚଳ, ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ମୁନିସିପାଲଟି ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଳଭା ନିକଟରେ ଜଳସ୍ତର ମାପ ନିମନ୍ତେ ବ୍ୟବସ୍ଥା ରହିଛି । ଏହି ଅଳଭା ବନ୍ୟାଜଳ ମାପାକାଠି ଅନୁସାରେ ପ୍ରଥମେ ଜୁଲାଇ […]

KANIKA