କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବୋଧଗାଁ ଗ୍ରାମର ଅଧିବାସୀମାନେ ଶ୍ରୀ ଶ୍ରୀ ପାଗଳାବାବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଳିଥିବା ୫-ଟି ଅନୁଦାନକୁ ଆତ୍ମସାତ୍ ଉଦ୍ୟମ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଏହି ବିଦ୍ୟାଳୟ (ମଡେଲ) ଉନ୍ନତମାନର ଗୃହ ନିର୍ମାଣ ପାଇଁ ୫-ଟି ଶିକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ବେନିୟମ ଭାବେ ଗ୍ରାମର ଜଣେ ସରକାରୀ ଦଳର ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନଙ୍କୁ ପ୍ରଭାବିତ କରି ଏହି କାର୍ଯ୍ୟ କରିବା ପାଇଁ ଉଦ୍ୟମ କରିଛନ୍ତି । ତେଣୁ ଏହି ଗ୍ରାମର ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଥିଲେ । ରାଜନଗର ବିଧାୟକ ଓ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ଏହାର କୌଣସି ସୁଫଳ ନମିଳିବାରୁ ସ୍କୁଲ କମିଟିର ସଦସ୍ୟ ଓ ଗ୍ରାମବାସୀମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅନୁପସ୍ଥିତ ଥିବାରୁ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗକାରୀମାନେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ ଯେ ଯଦି କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ବାଧ୍ୟ ହେବେ । ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଗୟାଧର ଧଳଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବିଜୟ ଦାସ, ଯଦୁମଣୀ ଦାସ, ସୁଦର୍ଶନ ମଲ୍ଲିକ, ସହଦେବ ଦାସ, ଲକ୍ଷ୍ମଣ ପ୍ରଧାନ, ସରୋଜକାନ୍ତ ସାହାଣୀ, ଶିଶିର ବାରିକ, ଶୁଭଶ୍ରୀ ଦାସ, ଚନ୍ଦନ ବେହେରା, ପ୍ରଦୀପ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।
kanikanews.in
Next Post
ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ଓ ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ଦାବି
Sat Aug 19 , 2023
ରାଷ୍ଟ୍ରପତି, କେନ୍ଦ୍ରସଂସଦୀୟ ମନ୍ତ୍ରୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ଦାବୀପତ୍ର ପଟ୍ଟାମୁଣ୍ଡାଇ ; ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ପଟ୍ଟାମୁଣ୍ଡାଇ ଅଂଚଳ ସମଗ୍ର ବିଶ୍ୱରେ ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି । ରାଜ୍ୟ ରାଜନୀତିକୁ ନିୟଂତ୍ରଣ କରିଆସୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଅଙ୍ଗ ଭାବେ ପଟ୍ଟାମୁଣ୍ଡାଇ ( ସଂ ) ବିଧାନସଭା ଆସନ ଓଡିଶାର ରାଜନୈତିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । […]

KANIKA
- 2 years ago
କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- 10 months ago
କେନ୍ଦ୍ରାପଡାରେ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା
- 2 years ago
କୋଲକାତାରୁ ପାରାଦୀପ ଆସୁଥିବା ବସ୍ ଜଳିଗଲା
- 2 years ago
ଟ୍ରକରେ ଚମଡା-ହାଡ ଚାଲାଣ ସନ୍ଦେହ, ଗାଡି ଜବତ, ଦୁଇ ଅଟକ