
କେନ୍ଦ୍ରାପଡ଼ା ୧୧/୧୦ କେନ୍ଦ୍ରାପଡ଼ା ସହର ଉପକଣ୍ଠ ମୁଗବାଡ଼ି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହେଉଅଛି । ପ୍ରଥମ କରି ୫୭ ବର୍ଷ ପୂର୍ବେ ବିଲ ମୁଗବାଡ଼ିର କୋଲିଆ ଛକ ଠାରେ ଥାନପତି ପୂଜା କମିଟି ଦ୍ୱାରା ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇ ଥିଲା । ପରେ ପରେ ପର୍ଯ୍ୟାୟ କ୍ରମେ ସମଗ୍ର ଅପଲମଳରେ ଏହା ଏକ ଗଣପର୍ବରେ ପରିଗଣିତ ହେଇଛି। ମା ବୋଉଲେଶ୍ୱରି ପୂଜା କମିଟି ବିଲ ମୁଗବାଡି, କଲେଜ ଛକ ପୂଜା କମିଟି,ଥାନପତି ପୂଜା କୋଲିଆ ଛକ, ବଟ ମହାବୀର କ୍ଲବ୍ ଡିହ ମୁଗବାଡି,ଲକି କ୍ଲବ୍, ନିତାଇ ଗୌର ଯୁବକ ସଂଘ କୁତରଙ୍ଗ, ଜମରା, ଢୋଲ, ସାନ ମଙ୍ଗରାଜପୁର, କନ୍ତିଆ, ମଠସାହି ଠାରେ ମା ଲଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ପୂଜାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ଓ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପୂଜାରେ ଶାନ୍ତିଶୃଙ୍ଖଳା ଓ ଭାଈଚାରା ରକ୍ଷା କରିବା ନିମନ୍ତେ ସରପଞ୍ଚ ଚିର ରଞ୍ଜନ ଜେନା, ପ୍ରଫୁଲ୍ଲ ମଲ୍ଲିକ,ପୂର୍ବତନ ସରପଞ୍ଚ ରାଜନ ପ୍ରସାଦ ଥାଟୋଇ, ବିଜେପି ନେତା ରଞ୍ଜନ କୁମାର ଜେନା, ସମିତି ସଭ୍ୟା ଶ୍ରୀମତୀ ମିନତି ଦାସ, ଯୁବ ସଂଗଠକ ଉଛବ କୁମାର ସେଠୀ, ବିକାଶ ଦାସ,ନାଇସ କମ୍ପ୍ୟୁଟର ଅନୁଷ୍ଠାନର ସଂସ୍ଥାପକ କରୁଣା କର ଥାଟୋଇ ପ୍ରମୁଖ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।











