
ପଟ୍ଟାମୁଣ୍ଡାଇ ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ପୋଖରିଆପଡା ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ପୌରାଂଚଳର ୧୧ ନଂ ୱାର୍ଡର ଏସକେ ମୁଜାଫର ଅଲ୍ଲି ଓ ଡିକେ ସମସେର ଅଲ୍ଲିଙ୍କୁ ବୋଲି ଅବକାରୀ ପୋଲିସ କହିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ସେମାନଙ୍କୁ ବୁଧବାର ସଂନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାକୁ କେନ୍ଦ୍ରାପଡା ଉପକାରାଗାର କାରାଗାରକୁ ପଠାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପଟ୍ଟାମୁଣ୍ଡାଇ ଅଂଚଳର ଗାଁ ଠୁଁ ସହର ଏବେ ସବୁଠି ଧଳା ଜହରର ବେପାର ଚାଲିଛି। ମାତ୍ର ଗଣ ସୁରକ୍ଷା ବାହିନୀ ସେପରି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଫଳରେ ଯୁବପୀଢି ଏବେ ବ୍ରାଉନ ସୁଗାର ନିଶାରେ ମାତିଥିବା ବେଳେ ଛକ ଗଳିକନ୍ଦିରେ ଆଇନ ଶୁଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସାଧାରଣ ଲୋକେ ଆତିଷ୍ଠ ହୋଇପଡିଲେଣି । ମାତ୍ର ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ଗତଦେଢମାସ ମଧ୍ୟରେ ପାଖାପାଖି ୧୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୪ ଟା ମାମଲାରେ ୫ଜଣ ବେପାରୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହେଲେ ବଜାରର ବିଭିନ୍ନ ସ୍ଥାନରେ ଧଳା ଜହର କାରବାର ହେଉଥିବାର ଅଭିଯୋଗ ପରେ କେନ୍ଦ୍ରାପଡା ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗର ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଅବକାରି ଟିମ ବୁଧବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ମେଡିକାଲ ଛକରେ ଅଚାନକ ଚଢାଇକରି ଏସକେ ମୁଜାଫର ଅଲ୍ଲିଙ୍କ ନିକଟରୁ ୫୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏହାପରେ ଏହି ସ୍ୱାର୍ଡ ପୋଖରିଆପଡା ଗ୍ରାମର ହରପାର୍ବତୀ ମନ୍ଦିର ଗଳିରେ ଅଚାନକ ଚଢାଉ କରି ଡିକେ ସମସେରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୬୦ ଗ୍ରାମ ଧଳା ଜହର ଜବତ କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଅବକରୀ ବିଭାଗ ପକ୍ଷରୁ ୧୯୦ ଓ ୧୯୧ ପିଆର /୨୫ ରେ ଦୁଇଟି ମାମଲା ମାମଲା ରୁଜୁ କରାଯଅଇ ଅଭିଯୁକ୍ତ ଦୁହିଁଙ୍କୁ ପଟ୍ଟାମୁଣ୍ଡାଇ କୋଟ ଚାଲାଣ କରାଯାଥିବା ଅବକାରୀ ଏଏସଆଇ ସୁନିଲ ମିଶ୍ର ପ୍ରକାଶ କରିଛନ୍ତି । ଏହି ଧଳା ଜହର ରାକେଟ୍ରେ ଆହୁରି ବହୁ ସଦସ୍ୟ ସାମିଲ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଯେଉଁମାନଙ୍କୁ ଗିରଫ କରିବା ପାଇଁ ଅବକାରୀ ବିଭାଗ ଯୋଜନା କରୁଛି।ଏଇ ଟିମ୍ରେ ସାମିଲ ଥିବା ସଦସ୍ୟଙ୍କର ଲମ୍ବା ହାତ ରହିଛି। ବାଙ୍ଗଲାଦେଶ, କଲିକତା, ଜଳେଶ୍ୱର, ବାଲେଶ୍ୱରର ବଡ ବଡ ବ୍ରାଉନ ସୁଗାର ମାଫିଆଙ୍କ ସହ ଏମାନଙ୍କର ହାତ ରହିଥିବା ବେଳେ କେନ୍ଦ୍ରାପଡା ଅବକାରୀ ବିଭାଗ ଏମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳ କହିଛନ୍ତି। ପଟ୍ଟାମୁଣ୍ଡାଇ ଅବକାରୀ ଭିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ,ପ୍ରୀୟଦର୍ଶୀ ମାନସରଞନ ମିଶ୍ର, ଋତୁପ୍ରଭା ସ୍ୱାଇଁ, ଏଏସଆଇ ଛାୟାକାନ୍ତ ମଳିକ, ସୁନିଲ ମିଶ୍ର ଓ କଳ୍ପନା ରାଉତ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।











