ଫୁଲ କିଣିବା ବେଳେ ମୋବାଇଲ ଚୋରି



କେନ୍ଦ୍ରାପଡ଼ା,୧୭ା୧୦:ଜଣେ ମହିଳା ଶୁକ୍ରବାର ସକାଳେ ଏକ ଫୁଲ ଦୋକାନରୁ ଫୁଲ କିଣୁଥିବା ବେଳେ ତାଙ୍କ ମୋବାଇଲଟି ଚୋରି ହୋଇଯାଇଛି। ଏନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦରଥାନା ଅଧିନ ମାହାରାକୂଳ ଗ୍ରାମର ମନୋଜ କୁମାର ସାହୁଙ୍କ ପତ୍ନୀ ସ୍ମିତା ମଲ୍ଲ ଶୁକ୍ରବାର ସକାଳ ସାଢେ୯ଟା ବେଳେ ତିନିମୁହାଣୀଛକ ସ୍ଥିତ ଶ୍ରୀରାମମନ୍ଦିର ଗେଟ ନିକଟସ୍ଥ ଏକ ଫୁଲ ଦୋକାନରୁ ଫୁଲ କିଣିଥିଲେ। ଏହାପରେ ତାଙ୍କ ଭିଭୋ-ଟି୩ଏକ୍ସ ୫ଜି ମୋବାଇଲ ସେଟରୁ ଅନଲାଇନରେ ଆବଶ୍ୟକ ଅର୍ଥ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ତେଣୁ ସ୍ମିତା ସେହି ଫୁଲ ଦୋକାନର ଟେବୁଲ ଉପରେ ନିଜର ମୋବାଇଲକୁ ରଖି ଫୁଲ ଦୋକାନୀକୁ ନଗଦ ଅର୍ଥ ପ୍ରଦାନ କରିଥିଲେ। ଅର୍ଥ ଦେଇସାରିବା ପରେ ସ୍ମିତା ତାଙ୍କ ମୋଇବାଇଲକୁ ରଖିଥିବା ସ୍ଥାନରେ ଆଉ ପାଇନଥିଲେ। ଏସମ୍ପର୍କରେ ଦୋକାନୀଙ୍କୁ ପଚରାଉଚୁରା କରିବା ପରେ କେନ୍ଦ୍ରାପଡା ଟାଉନଥାନାରେ ସ୍ମିତା ଅଭିଯୋଗ କରିଥିଲେ। ଏସମ୍ପର୍କରେ ଟାଉନଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ଅଭିଯୋଗ ଉପରେ ଏକ ଚୋରି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।


Next Post

କେନ୍ଦ୍ରାପଡାରେ ୬୬ତମ ପୋଲିସ ସହିଦ ଦିବସ ପାଳିତ

Tue Oct 21 , 2025
କେନ୍ଦ୍ରାପଡ଼ା,୨୧ା୧୦:କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ମଙ୍ଗଳବାର ୬୬ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ପ୍ରଥମେ ରାଜ୍ୟପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ଏହାପରେ ଏସପି ସହିଦ୍‌ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖ୍‌ଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ […]

KANIKA