ଖବରଦାତାଙ୍କ ଅକାଳ ବିୟୋଗ


ଡେରାବିଶ: ୩୦/୧୦  -କେନ୍ଦ୍ରାପଡା ଜିଲା ଡେରାବିଶ ଅଞ୍ଚଳର ସମାଜସେବୀ, ସେବାୟତ ତଥା ବରିଷ୍ଠ ଖବରଦାତା (କରୁଣାକର କର) କନି ନନାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ କେନ୍ଦ୍ରାପଡା ମୂଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ପ୍ରଗତିବାଦୀ ଖବର କାଗଜରେ ବର୍ଷ ବର୍ଷ ଧରି ଖବରଦାତା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଆମାୟିକ ବ୍ୟବହାର, ସେବା ମନୋଭାବ ଓ ଉତ୍ତମ ଜନ ସମ୍ପର୍କ ପାଇଁ ଅଞ୍ଚଳରେ ସେ ଖୁବ୍ ଜନପ୍ରିୟ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଖବରଦାତା ମହଲରେ ଶୋକର ଛାୟା ଖେଳିଯାଇଛି ।


Discover more from

Subscribe now to keep reading and get access to the full archive.

Continue reading