୫ଜଣ ଡାକ୍ତରଙ୍କୁ ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ

କେନ୍ଦ୍ରାପଡା,୦୭ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମହୋତ୍ସବରେ ସାହିତ୍ୟ ସଭା, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବ ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ୫ଜଣ ଡାକ୍ତରଙ୍କୁ ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡା ଚିକିତ୍ସା ସେବାରେ ଅତୁଳନୀୟ ଅବଦାନ ଲାଗି ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ବୈକୁଣ୍ଠ ନାଥ ପଣ୍ଡା, ଡାକ୍ତର ବୀରେନ୍ଦ୍ର କୁମାର ଦାସ, ଡାକ୍ତର ସଂଜୀବ ସେଠୀ, ଡାକ୍ତର ବିଜୟ କୁମାର ଦାସ, ଡାକ୍ତର ଶ୍ରୀକାନ୍ତ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ବରିଷ୍ଠ ଆଇନଜୀବୀ ସଂଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ମନୋରଂଜନ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗଦାନ କରି କେନ୍ଦ୍ରାପଡା ବାଲିଯାତ୍ରାର ଆୟୋଜକଙ୍କୁ ଭୂୟଅସି ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବରେ ସଭାପତି କଳାକାର ଓଡିଶା ସତ୍ୟବ୍ରତ ପୁହାଣ ଯୋଗଦେଇ କହିଲେ ସେବାର ପସରା ନେଇ ଭାଇଚାରା ମନ୍ତ୍ରବୁଣି ପାରିଲେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଲକ୍ଷ୍ୟ ପୂରଣ ହୋଇପାରିବ । ସମ୍ମାନନୀୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମନୋରଞ୍ଜନ ରାଉତ, କନ୍ତିଆ ମଠାଧିସ ସିର୍ଦ୍ଧାଥ ସଂକର ଦାସ, ଗିରି ଗୋବର୍ଦ୍ଧନ ମଠ ସଭାପତି ଧ୍ରୁବ ବାବା, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡଃ ବାସୁଦେବ ଦାସ ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରି କହିଥିଲେ ଯେ ପରିବେଷ ସୁରକ୍ଷିତ ରଖିବା ପାଇଁ ପଲିଥିନ ବ୍ୟବହାର ନ କରିବା ଉଚିତ । ଏହି ବାଲିଯାତ୍ରାରେ ପଲିଥିନ ବ୍ୟବହାର ନ କରିବା କରିବାକୁ ବାଲିଯାତ୍ରା କମିଟିର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା । ଲୋହିତ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉପସଭାପତି ଧିରେନ୍ଦ୍ର ଦାସ, ଅଭିମନ୍ୟୁ ଗୋଚ୍ଛାୟତ, ଗୋଲଖ ଚନ୍ଦ୍ର ପରିଡା, ସତ୍ୟବ୍ରତ ସିଂ, ମୃତ୍ୟୁଞ୍ଜୟ ସାହୁ, ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ, ପିତବାସ ବେହେରା, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ରାଜୁ କୁବେର, ଟୁଟୁ ଗେରୁ, ପଞ୍ଚାନନ ଗେରୁ, ଅଲେଖ ନାୟକ, ପ୍ରମୁଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ- ଡାଇମଣ୍ଡ ନୃତ୍ୟ ଦଳ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।










