ଜିଲ୍ଲା ସ୍ତରୀୟ ମଡେଲ ପାର୍ଲାମେଣ୍ଟରେ ପିଏମଶ୍ରୀ କୋରୋ ବିଦ୍ୟାଳୟ



କେନ୍ଦ୍ରାପଡ଼ା,୭ା୧୧:ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ସୁରଭିର ମଡେଲ ପାର୍ଲାମେଣ୍ଟରେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଓ ସସ୍ଥିର ଭବିଷ୍ୟତ ବିଲ -୨୦୨୫ ଉପରେ ଆଲୋଚନା କରିଥିଲେ। ବାଚସ୍ପତି ଭାବେ ମଧୁସ୍ମିତା ସାହୁ, ମୁଖ୍ୟମନ୍ତ୍ରୀ ଭାବେ ହରପ୍ରିୟା ରାଉତ, ପରିବେଶ ମନ୍ତ୍ରୀ ଭାବେ ସୁଚିସ୍ମିତା ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ହିମାଂଶୁ ବରାଳ, ବିରୋଧୀ ଦଳ ନେତା ଭାବେ ପ୍ରତ୍ୟୁଷା ଜେନା, ସ୍ୱାଧୀନ ବିଧାୟକ ଭାବରେ ନିବେଦିତା ବରାଳ, ଜୟପୁର ବିଧାୟକ ଭାବରେ ତୃପ୍ତି ମଞ୍ଜରୀ ଦାସ ଓ ମାର୍ଶାଲ ଭାବରେ ଓମ ପ୍ରକାଶ ବେହେରା ଗୃହ ଅଧିବେଶନରେ ଭାଗ ନେଇଥିଲେ। ତତ୍‌ସହିତ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ହସ୍ତକଳା, ପ୍ଲାଷ୍ଟିକ ବର୍ଜ୍ୟରୁ ଗୃହ ଉପକରଣ, ବିଭିନ୍ନ ଔଷଧୀୟ ବୃକ୍ଷ, ପୁଷ୍ଟିକର ମୁଗଗଜା ଓ ଲେମନ ଚା ବିତରଣ ଆଦିର ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ପ୍ରସଂଶା କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର ଓ ବରିଷ୍ଠ କଳା ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସକ୍ରିୟ ତଥା ବଳିଷ୍ଠ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ହେଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।


Next Post

କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

Fri Nov 7 , 2025
କେନ୍ଦ୍ରାପଡ଼ା, ୭ା୧୧: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ନବକ୍ରିଷ୍ଣ ଜେନା, ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ଜୀବନାନନ୍ଦ ସାହୁ,କୃଷି ବିଜ୍ଞାନ […]

KANIKA