୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ନିମନ୍ତେ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା ୮/୧୧ – କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ଅବସରରେ କେମର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଚଳିତ ବର୍ଷ ପୁସ୍ତକମେଳା ସରସ ସୁନ୍ଦର କରିବାପାଇଁ ସହରର ମାଧପୁର ସ୍ଥିତ କେମ କାର୍ଯ୍ୟାଳୟରେ ପ୍ରଥମ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେମର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ଏହି ପସ୍ତୁତି ବୈଠକରେ କେନ୍ଦ୍ରାପଡ଼ା ପରିକ୍ରମାର ଉନ୍ମୋଚିତ କରାଯିବ ଓ ଅଧିକ ସଂଖ୍ୟାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ମେଳାରେ ସମ୍ପୃକ୍ତ କରିବା ସହ ପ୍ରତିଭା ଅନ୍ୱେଷଣ ନିମନ୍ତେ ପ୍ରତିଯୋଗିତାମାନ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି । ପ୍ରତିଦିନ ମଞ୍ଚରେ ସାହିତ୍ୟ ସଭା, ଆଲୋଚନା ଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପୁସ୍ତକ କ୍ରୟ ଉପରେ ସ୍ୱତନ୍ତ୍ର ରିଆତି ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ମେଳାରେ ନୂତନ ଭାବେ ଯୁବ ମହୋତ୍ସବ କରାଯିବାକୁ ସ୍ଥିର କରାଗଲା । ଚଳିତ ପୁସ୍ତକ ମେଳାରେ ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ପୁସ୍ତକ ପ୍ରକାଶକମାନେ ଯୋଗଦେବେ ବୋଲି ସମ୍ପାଦକ ଜାହିଦ ଖାନ ସୂଚନା ଦେଇଥିଲେ । କେମର ସମ୍ପାଦକଙ୍କ ସହ ବଂଶୀଧର ମହାନ୍ତି, ସରୋଜକାନ୍ତ ସାହୁ, ନୃସିଂହ ତ୍ରିପାଠୀ, ଧର୍ମଦର୍ଶୀ କର, ପ୍ରତାପ ସ୍ୱାଇଁ, ତାରେଭୀ ପଟ୍ଟଯୋଶୀ, ଶାନ୍ତନୁ ମଲ୍ଲିକ, ହିମାଂଶୁ ଦାସ, ଅମ୍ରିନ ସାହାଦତ, କ୍ଷିରୋଦ କର, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।


Next Post

ସାଂସଦ ବୈଜୟନ୍ତ ପଣ୍ଡା ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରି ଓକିଲମାନଙ୍କର ବିଭିନ୍ନ ସମସ୍ୟାଉପରେ ଆଲୋଚନା କଲେ

Tue Nov 11 , 2025
କେନ୍ଦ୍ରାପଡା,୧୦ା୧୧: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନ କରିବାକୁ ଆସିଥିଲେ । ସେଠାରେ ସାଂସଦଙ୍କୁ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘର ବିଭିନ୍ନ ସମସ୍ୟା ଆଲୋକପାତ କରିଥିଲେ । ପାଞ୍ଚଜହାର ଫୁଟର ଏକ କନ୍‌ଫରେନସ୍ ହଲ୍ ଓ ‘ଇ’ […]

KANIKA