ସାହିତ୍ୟିକମାନେ ଶାନ୍ତ ସୁନ୍ଦର ଶୃଙ୍ଖଳିତ ସମାଜର ବାର୍ତାବହ


ଅଇନିପଡା- ପଛପଡା ଗାଁ ଉତ୍ସବ ବସୁଧା -୨୦୨୫

ପଟ୍ଟାମୁଣ୍ଡାଇ ତା ୨୨/୧୧-ସାମ୍ପ୍ରତିକ ଅବକ୍ଷୟ ସମାଜକୁ ଠିକଣା ବାଟରେ ଆଣିବା ପାଇଁ ସାହିତ୍ୟିକମାନେ ସମାଜରେ ଶାନ୍ତି ଓ ପ୍ରେମର ବାର୍ତା ପ୍ରଦାନ କରି ଏକ ଶାନ୍ତ ସୁନ୍ଦର ଶୃଙ୍ଖଳିତ ସମାଜର ବାର୍ତାବହ ହୋଇଛନ୍ତି ବୋଲି ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନିପଡା ଠାରେ ବିଶିଷ୍ଟ ଶିକ୍ଷାବିତ ପ୍ରହଲ୍ଲାଦ ନାଥଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଅଇନିପଡା- ପଛପଡା ଗାଁ ଉତ୍ସବ ବସୁଧା -୨୦୨୫ର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାହାରୀ ପ୍ରକାଶ କରିଛନ୍ତି . ଜାତିର ପିତା ମହାତ୍ମା ଗାନ୍ଧୀ ଭଲ ପାଉଥିବା ଗାଁର ପରିଭାଷା ଓ ପରିପାଟୀ ସଂପୂର୍ଣ୍ଣ ବଦଳି ଯାଇଛି । ମଣିଷ ଯନ୍ତ୍ରର ଦାସ ହେବାକୁ ମହାତ୍ମା ଗାନ୍ଧୀ ବିରୋଧ କରୁଥିଲେ ହେଁ ସାମ୍ପ୍ରତିକ ସମାଜର ପ୍ରଭାବରେ ମଣିଷ ନିଜେ ଯନ୍ତ୍ର ପାଲଟିଯାଇଛି ବୋଲି ମୁଖ୍ୟବକ୍ତା ବିଶିଷ୍ଟ ଗାନ୍ଧୀବାଦୀ କବି ଶୈଳଜ ରବି ପ୍ରକାଶ କରିଥିଲେ । ବସୁଧା ସାହିତ୍ୟ ସଂସଦ ସଭାପତି ରଜନୀକାନ୍ତ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଆମେରିକା ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ଦେବେନ୍ଦ୍ର ଦାସ, ଓଡିଶା ରାଜଭବନ ସ୍ୱତନ୍ତ୍ର ଅଧିକାରୀ ନାରାୟଣ ମୁଦୁଲି ଗୀତିକାର ସାମ୍ବାଦିକ ସୁବ୍ରତ ସ୍ୱାଇଁ ଯୋଗ ଦେଇ ମା ମାଟି ଓ ଗାଁର ମୋହ ଓ ଭାବଗତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ବସୁଧା ସାହିତ୍ୟ ଉତ୍ସବ ସଭାପତି ରଜନୀ କାନ୍ତ ନାଥଙ୍କ ସଂଯୋଜନାରେ ଆଦର୍ଶ ଶିକ୍ଷକ କବି ସଚିତ୍ର ବେହୁରା, ଆଦର୍ଶ ଶିକ୍ଷୟତ୍ରୀ କବୟିତ୍ରୀ ଆରାଧନା ଦାଶ, ସାରସ୍ୱତ ସାଧନା ପାଇଁ ଗୀତିକାର ସୁବ୍ରତ ସ୍ୱାଇଁ ଓ କବି ଧରିତ୍ରୀ ପାଣିଗ୍ରାହୀ ସମାଜସେବା ପାଇଁ ଶରତ ସାହୁ, ସ୍ୱାସ୍ଥ୍ୟସେବା ପାଇଁ ମଧୁଛନ୍ଦା ମହାପାତ୍ର, ଆଦର୍ଶ ଦମ୍ପତି ନାରାୟଣ ମୁଦୁଲି – ସୁଜାତା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ୨୦୨୪ବର୍ଷ ବସୁଧା ସମ୍ମାନରେ କବି ପ୍ରମୋଦ ମଲ୍ଲିକଙ୍କୁ ନ୍ୟାୟମୂର୍ତ୍ତି ପୂଜାହାରୀ ସମ୍ମାନିତ କରିଥିଲେ । ବରିଷ୍ଠ ସାମ୍ବାଦିକ ସଚିକାନ୍ତ ନାଥ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ସଂଜିତ ବେହେରା ବିବରଣୀ ପାଠ କରିଥିଲେ । ଶେଷରେ ଅଭିମନ୍ୟୁ ପଢ଼ିଆରୀ ଧନ୍ୟବାଦ ଦେଇଥିଲେ ।


Next Post

ODISHA EXPRESS KPD- 22.11.2025

Sun Nov 23 , 2025
ODISHA EXPRESS KODISHA EXPRESS KPD- 22.11.2025PD- 22.11.2025

KANIKA