ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା କମିଟି ପକ୍ଷରୁ ୧୨ଦଫା ଦାବିପତ୍ର ପ୍ରଦାନ



କେନ୍ଦ୍ରାପଡା,୨୫ା୧୧: କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତା ମିଳିତ କ୍ରିୟା ଅନୁଷ୍ଠାନ କମିଟି, କେନ୍ଦ୍ରାପଡା ଜଣାଉଅଛିକି, ଏଠାରେ ଟିପି.ସି.ଓଡି.ଏଲ୍ ଜନସାଧାରଣଙ୍କୁ ସେବା ଯୋଗାଇଦେବା ବଦଳରେ ଶୋଷଣ କରୁଛି । ମିଟର ଠିକ୍ ଥାଇ ପ୍ରତ୍ୟେହ ବିଲ୍ ଦିଆଯାଉଥିଲେବି, ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଟାଟା ପାୱର ତାର ନିଜର ପାୱର ବଳରେ ସ୍ମାଟ ଲୁଟ କରି ଚାଲିଛି । ବାରମ୍ବାର ବିଦ୍ୟୁତ କାଟ ବା ଅନ୍‌.ଅଫ୍ କରିବା ଦ୍ୱାରା ସ୍ମାର୍ଟ ମିଟରରେ ଆଶ୍ଚର୍ଯ୍ୟ ଚକିତ କଲାଭଳି ବିଲ୍ ଆସେ । ଏହାର ବୋଝ ସାଧାରଣ ଲୋକଙ୍କ ଉପରେ ପଡୁଛି । ମନମୁଖୀ ଭାବେ ମରାମତି ନାମରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍ କରାଯାଇଥାଏ । ଯେଉଁ ପାଇଁ ବୟସ୍କ,ରୋଗୀ ଓ ଶିଶୁ ମାନେ ପ୍ରଭାବୀତ ହୁଅନ୍ତି । ଗାଁ ଗହଳିରେ ବିଦ୍ୟୁତ ଲାଇନ୍ ତଥା ଟ୍ରାନ୍ସଫରମର ପରିଚାଳନା ସଠିକ୍ ଢଙ୍ଗରେ ନହେବା ଦ୍ୱାରା ଜନସାଧରଣ ବିଲ ଦେଇ ମଧ୍ୟ ଲୋ-ଭୋଲଟେଜର ସମ୍ମୁଖୀନ ହୁଅନ୍ତି । ପ୍ରଚାର କରାଯାଏ, ଆପଣଙ୍କ ସେବାରେ ଟାଟା ପାଓା୍ୱର, କିନ୍ତୁ ସତ୍ୟ ହେଲା, ଆପଣଙ୍କୁ ଶୋଷିବାରେ ଟାଟା ପାୱାର । ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ନିମ୍ନଲିଖିତ ଦାବୀ ଗୁଡିକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଆମ୍ଭେ ନିବେଦନ କରୁଛୁ । ନତୁବା ଜିଲ୍ଲାର ଉପରୋକ୍ତମାନେ ବାଧ୍ୟ ହୋଇ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ । ସ୍ମାର୍ଟ ମିଟର କୁ ବାଧ୍ୟତାମୂଳକ ନ କରଯାଉ । ଯେଉଁମାନଙ୍କର ମିଟର ଠିକ୍ ଭାବେ ଚାଲୁ ରହିଛି ଆଳ ଦେଖାଇ ତାକୁ ପରିବର୍ତ୍ତନ ନକରାଯାଉ । ମରାମତି ନାମରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରାନଯାଉ । ଯେଉଁ ଅଞ୍ଚଳରେ ବିଦ୍ୟୁତ ମରାମତି ଆବଶ୍ୟକ ପଡୁଛି, କେବଳ ସେହି ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ କରି କାର୍ଯ୍ୟ କରାଯାଉ । ସମ୍ପୂର୍ଣ୍ଣ ସେକ୍ସନକୁ ଅନ୍ଧାର ନକରାଯାଉ । ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ବିଦ୍ୟୁତ କାଟ କରାଗଲେ ପ୍ରଶାସନିକ ଅଧିକାରୀଙ୍କ ପରମିଶନ ନିଆଯାଉ । ବାରମ୍ବାର ଅଫ୍‌.ଅନ୍ କରିବା ଦ୍ୱରା ମିଟରରେ ବିଲ୍ ଦେୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ପୂର୍ବାପେକ୍ଷା ବର୍ତ୍ତମାନ ୟୁନିଟ୍ ପିଛା ଦେୟ ବହୁ ଅଧିକ ନିଆଯାଉଥିଲେ ବି ବିଲ୍‌ରେ ପ୍ରତିମାସରେ ଅନ୍ୟାନ୍ୟ ଚାର୍ଜ ପଡି ଆସୁଛି । ବିଭିନ୍ନ ଅଞ୍ଚଳରେ ଲାଗି ରହିଥିବା ଲୋ-ଭୋଲଟେଜ ସମସ୍ୟାକୁ ଦୂରୀକରଣ କରାଯାଉ । ମାସିକ ମିଟର ରିଡିଂ ଏକ ନିର୍ଦ୍ଧିଷ୍ଟ ତାରିଖରେ ଅଦଳବଦଳ ହେବା ଦ୍ୱାରା ମିଟର ବିଲ ଅଧିକ ଆସୁଅଛି । ସର୍ବସାଧାରଣ ବ୍ୟବହୃତ ସରକାରୀ ପାନୀୟ ଜଳ ପ୍ରକଳ୍ପରୁ କୈାଣସି ପରିସ୍ଥିତିରେ ବି ବିଦ୍ୟୁତ ବିଚ୍ଛିନ୍ନ କରାନଯାଉ । ଆବଶ୍ୟକ ସ୍ଥଳେ ଉପଭୋକ୍ତାଙ୍କ ଗୃୁହକୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଣ୍ଟିର ମୂଲ୍ୟ ସମ୍ପୂର୍ଣ୍ଣ କମ୍ପାନୀ ବହନ କରୁ । ଚେକିଂ ନାଁରେ ଉପଭୋକ୍ତାଙ୍କୁ ନାଲି ଆଖି ଦେଖାନଯାଉ ପୁରୁଷ ଲୋକ ନଥିବା ଘରେ ପଶି ଲାଇନ ଚେକିଂ କରିବାରୁ ନିବୃତ୍ତ ରୁହନ୍ତୁ । ବିଲ ଗୁଡିକୁ ଓଡିଆ ଭାଷାରେ ଲିପିବଦ୍ଧ କରାଯାଉ । ବିଦ୍ୟୁତ ଚୋରି ଓ ତା ପାଇଁ ଦଣ୍ଡ ସମ୍ବଦ୍ଧରେ ବହୁ ପ୍ରଚାର କରାଯାଉ । ବରିଷ୍ଠ ସମାଜସେବୀ ତଥା ବ୍ଲକ ଅ୍ମକ୍ଷ ସରୋଜକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ ସମୟରେ ମହେନ୍ଦ୍ର କୁମାର ସିଂହ, ସେକ ଅସଲମ, ଲୋହିତ କୁମାର ମହାନ୍ତି, ସଂଜୟ କୁମାର ସେଠୀ, ପ୍ରସନ୍ନ ରାଉତ, ରାଜ କିଶୋର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଆଧୁନିକତା ଉଜାଡି ଦେଇଛି ଗାଁର ମାଦକତା ଓ ଭାଇଚାରା

Tue Nov 25 , 2025
ପଟ୍ଟାମୁଣ୍ଡାଇ, ୨୫/୧୧-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ ପ୍ରାଚୀନ ଭାରତର ଆତ୍ମା ଗାଁରେ ରହିଛି । ଆଧୁନିକତାର ସ୍ପର୍ଶରେ ବଦଳି ଯାଇଛି ଗାଁର ପରିପାଟି ଓ ଚଳଣି । ମାତ୍ର ଉଜୁଡି ଯାଇଛି ଗାଁର ପୂର୍ବ ମାଦକତା ଓ ସ୍ନେହ ପ୍ରେମ ଓ ଭାଇଚାରା ଓ ଆଧୁନିକତାରେ ବିଭୋର ହୋଇ ଗାରିମାମୟ ଗାଁକୁ ଆଉ କଳୁଷିତ ଓ ବିକଳାଙ୍ଗ କରାନଯାଉ ବୋଲି ଅଇନିପଡ଼ା-ପଛପଡ଼ା ଗାଁଉତ୍ସବ ‘ବସୁଧା’ର ପଞ୍ଚଦଶତମ ଉତ୍ସବର ଉଦ୍‌ଯାପନୀ […]

KANIKA