
କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଆସନ୍ତା ମାସ ୨୬ ତାରିଖରେ ହେବା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଗରାପୁରସ୍ଥ ଶିବାନନ୍ଦ ଆଶ୍ରମ ପରିସରରେ କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ କମିଟି ଗଠନ କରିବା ନିମନ୍ତେ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ ପ୍ରସ୍ତାବ ଦେଇଥିଲେ । ଏଥିରେ କୋର କମିଟିର ଆବାହକ ଡଃ ବାସୁଦେବ ଦାସ, ପ୍ରତିଭା ଚୟନ କମିଟିର ଆବାହକ ଡଃ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରତିକା ସଂପାଦକ କମିଟିର ଆବାହକ କରୁଣାକର ଦାସ, ଅର୍ଥ କମିଟିର ଆବାହକ ନୃସିଂହ ଚରଣ ତ୍ରିପାଠୀ, ଖାଦ୍ୟ କମିଟିର ଆବାହକ ମନୋରଞ୍ଜନ ତ୍ରିପାଠୀ, ସମିକ୍ଷା କମିଟିର ଆବାହକ ରାମକୃଷ୍ଣ ଦାସ, ସାଂସ୍କୃତିକ କମିଟିର ଆବାହକ ଅଶୋକ ସାହୁ, ପବ୍ଲିସିଟି କମିଟିର ଆବାହକ ପ୍ରଦୀପ କୁମାର ଦାସ, ଅଡିଟ୍ କମିଟିର ଆବାହକ ପ୍ରେମଲତା ଗିରି, ଅତିଥି ନିମନ୍ତ୍ରଣ କମିଟିର ଆବାହକ କାକୁଲି ମଲିକ, ଶାନ୍ତି କମିଟିର ଆବାହକ ଆଦିକନ୍ଦ ରାଉଳ, ପଞ୍ଜିକରଣ କମିଟିର ଆବାହକ ଶ୍ରୀଧର କୁମାର ଭୋଳ ଓ ଶରତ ରାଉତ ସମେତ ପ୍ରତି କମିଟିର ସଭ୍ୟସଭ୍ୟା ଭାବରେ ମନୋନିତ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସାହିତ୍ୟ ସଂସଦର ମୁଖ ପାତ୍ର “ଦିଗ୍ ବଳୟ” ପ୍ରକାଶିତ ହେବ । ବାର୍ଷିକ ଉତ୍ସବରେ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପାଞ୍ଚ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ଗୈାରବ ସମେତ ସିଦ୍ଧ ବଳଦେବଜୀୟୁ ସମ୍ମାନ ପ୍ରଦାନ କରାଯାଇଥିଲା । ଜନନାୟକ ପ୍ରହ୍ଲାଦ ମଲ୍ଲିକ ସମ୍ମାନ, ବିନିତା ଦେବୀ ସ୍ମୃତି ସମ୍ମାନ, କବି ବସନ୍ତ କୋକିଳ ସ୍ମୃତି ସମ୍ମାନ, ସାହିତ୍ୟ ସଂସଦ ପ୍ରତି ଅତୁଳନୀୟ ଅବଦାନ ଲାଗି ପାଞ୍ଚଜଣଙ୍କୁ ସାହିତ୍ୟ ସଂସଦ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ଡଃ ନାରାୟଣ ପ୍ରସାଦ ଜେନା, ବିଷ୍ଣୁପ୍ରିୟା ସାମଲଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀଧର କୁମାର ମହାନ୍ତି, ନିରଞ୍ଜନ ପାତ୍ର, ଶୁଭାଂଶୁ କୁମାର ଦାସ, ରଞ୍ଜନ ବାଇ, ଅଜୟ ପାତ୍ର, ଜିତେନ୍ଦ୍ର କୁମାର ଦାସ, ବିକ୍ରମ କେଶରୀ ସାମଲ, ଶରତ କୁମାର ରାଉତ, କେଶବ ସେଠୀ, ଗୋଲଖ ସେଠୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଅଶୋକ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।










