ପ୍ରଥମ ଅସ୍ମିତା ଖେଳ ଇଣ୍ଡିଆ ଦୈାଡ କୁଦ ପ୍ରତିଯୋଗିତା ଉଦ୍‌ଯ।।ପିତ



କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ଜିଲ୍ଲା କ୍ରିଡା ସଂସଦ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଖେଳ ଇଣ୍ଡିଆ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ଅଟୋନମସ୍ କଲେଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ବାଳିକା ବିଭାଗ ୧୪ ବର୍ଷରୁ କମ୍ ଓ ୧୬ ବର୍ଷରୁ କମ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ କେନ୍ଦ୍ରାପଡାର ଜିଲ୍ଲାପାଳ ରଘୁରାମ ଆୟାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ଜାତୀୟ ଫୁଟବଲ ଖେଳାଳି ଆଲୋଚନା ସେନାପତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ୧୪ ବର୍ଷରୁ କମ୍ ପ୍ରତିଯୋଗିତା ୬୦ ମିଟର ଦୈାଡ, ଲଙ୍ଗ ଜମ୍ପ, ହାଇ ଜମ୍ପ, ଜାଭିଲ୍‌ିନ ଥ୍ରୋ, ୧୬ ବର୍ଷରୁ କମ୍ ୬୦ ମିଟର ଦୈାଡ, ୬୦୦ ମିଟର ଦୈାଡ, ହାଇ ଜମ୍ପ, ଲଙ୍ଗ ଜମ୍ପ, ସଟ୍‌ଫୁଟ୍‌, ଜାଭିଲି୍‌ନ ଥ୍ରୋ ଓ ଡିସକସ୍ ଥ୍ରୋ ପ୍ରତିଯୋଗିତା ହୋଇଥିଲା । ୨୫୦ଜଣ ବାଳିକା ଖେଳାଳୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ଅୟଦ ଅକମଲ ଅଲ୍ଲୀ, କ୍ରୀଡା ସଂସଦର ବାର୍ଷିକ ବିବରଣୀ ପାଠ କରିଥିଲେ । ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିବେ ତାଙ୍କ ଭିତରୁ ଭଲ ପଦର୍ଶନ କରିଥିବା ଖେଳାଳୀମାନଙ୍କୁ ସରକାରୀ ହଷ୍ଟେଲରେ ସ୍ଥାନ ପାଇଁ ପାରନ୍ତି ବୋଲି ପ୍ରକାଶ କରିଛନ୍ତି । କ୍ରୀଡା ସଂପାଦକ ଜ୍ୟୋତ୍ରିମୟ ଦାସ ଧନ୍ୟବାଦ ଦେଇଥିଲେ । କୃତକାର୍ଯ୍ୟ ହୋଇଥିବା ଖେଳାଳୀ ମାନଙ୍କୁ ପ୍ରମାଣ ପତ୍ର ସହ ପଦକ ପୁରସ୍କୃତ କରାଯାଇଥିଲା । ଅଫିସିଆଲ୍ ଭାବେ ପ୍ରକାଶ ଦାସ, ଶଶାଙ୍କ ସାହୁ, ମନୋଜ ସାହୁ, ସସ୍ମିତା ପଣ୍ଡା, ଦେବେନ୍ଦ୍ର ସାହୁ, ଉମାକାନ୍ତ କର, ସୁହାନା ପରମିନ୍‌, ମାମୁନି ଦାସ, ସ୍ୱାସିତା, ଜ୍ୟୋତି ପଙ୍କଜ ଦାସ ଖେଳ ପରିଚାଳନା କରିଥିଲେ । ଉକ୍ତ କ୍ରୀଡା ଦିବସରେ ଓଡିଶା କୋଚ୍ ଦୀପିକା ମହାପାତ୍ର, ଅତୁଲ କୁମାର ଓଡିଶା କ୍ରୀଡା ବିଭାଗ ତରଫରୁ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading