
ପଟ୍ଟାମୁଣ୍ଡାଇ. ତା ୧/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାର ୧ମ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି I ବାଲୁଙ୍କେଶ୍ୱର ମହାରୁଦ୍ର ପୀଠର ପିଠାଧୀଶ ତପନ କୁମାର ଓଝାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଗନ ମହାଳିକ, ରତିକାନ୍ତ ଧଳ, ପ୍ରସନ୍ନ ରାଉତ, କବି ନୃସିଂହ ରାଉତ ରାଉତ, ସରୋଜ ଧଳ, ସୁକାନ୍ତି ନାଥଶର୍ମା,ଦେବାଶିଷ ଧଳ, ଅନିମା ପ୍ରିୟଦର୍ଶିନୀ ପ୍ରମୁଖଙ୍କ ସହଯୋଗ ନେମାଳ ଅଚ୍ୟୁତଙ୍କ ପୀଠରୁ ଆଜ୍ଞାମାଳ ଆସିଥିଲା Iଆଜ୍ଞା ମାଳ ପହଂଚିବା ପରେ ସ୍ଥାନୀୟ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଭକ୍ତି ରେ ତଲ୍ଲିନ ହୋଇ ପ୍ରତ୍ୟେକ ଦେବା ଦେବୀ ମନ୍ଦିର ପରିକ୍ରମା କରିଥିଲେ I ଶ୍ରଦ୍ଧାଳୁମାନେ ପାଞ୍ଚ ଶିବ ମନ୍ଦିରରେ ପୂଜାର୍ଚନା ପରେ ଆଜ୍ଞା ମାଳା ସହିତ ମହାପୁରୁଷ ଅଚ୍ୟୁତଙ୍କ ଗାଦି ନିକଟରେ ପହଞ୍ଚିଥିଲେ I ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନାରଦ ଚନ୍ଦ୍ର ବିଶ୍ଵାଳ,ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସମିତି ସଭ୍ଯ ଚନ୍ଦନ ସାହୁ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ଧଳ,ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ, ସୁକାନ୍ତ ରାଉତ, ଦିଲ୍ଲୀପ ବିଶ୍ୱାଳ, ରଶ୍ମିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ I ପଣ୍ଡିତ ପ୍ରଫୁଲ୍ଲ ପଣ୍ଡା, ଶ୍ରୀବନ୍ତ ପଣ୍ଡା,ଅଭିରାମ ପଣ୍ଡା, ପ୍ରଶାନ୍ତ ପଣ୍ଡା ପୂଜାର ସମସ୍ତ ପୂଜା ଵିଧି ଓ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ ଶେଷରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା I









