ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା



କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲିଆ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାଳୟା ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରାଧ୍ୟାପକ ମୁରଲୀଧର ରଥ, ଶିକ୍ଷକ ନାରାୟଣ ସ୍ୱାଇଁ, ସମାଜସେବୀ ନଗେନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଜୀବନରେ ଶିକ୍ଷା ଗ୍ରହଣ ସହିତ କ୍ରୀଡାର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ପ୍ରଥମରୁ ଦାଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ସମ୍ପାଦକ ରାଜଗୋପାଳ ମହାନ୍ତି ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ବେହୁରା ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ। ଅଭିଭାବିକା ଓ ଗୁରୁମାମାନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟୁଜିକ ଚେୟାର ପ୍ରତିଯୋଗିତା ବିଶେଷ ଆକର୍ଷଣୀୟ ହୋଇଥିଲା।


Next Post

ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ହୃଦଘାତରେ ଦେହାନ୍ତ

Sun Dec 7 , 2025
କେନ୍ଦ୍ରାପଡା ୭/୧୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲା ସଂଗଠନର ଅବସର ପ୍ରାପ୍ତ ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ଗତ ଶନିବାର ଦିନ ଡାଳିଜି ଗ୍ରାମରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଶ୍ରୀ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ରାତି ୧୧ ସମୟରେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର […]

KANIKA