ବଗଡା ସ୍ପୋର୍ଟସ ଏକାଡେମୀର ସଫଳତା



କେନ୍ଦ୍ରାପଡ଼ା,୧୫ା୧୨:ଭୁବନେଶ୍ୱରସ୍ଥିତ କିଟ୍‌ରେ ଅନୁଷ୍ଠିତ ଜାତୀୟ ଭଲିବଲ ଚୟନ ଶିବିରରେ ବଗଡା ସ୍ପୋର୍ଟସ ଏକାଡେମୀର ମୋସୀ ଖେରା ଓ ଚନ୍ଦନ ରାଉତଙ୍କୁ ଚୟନ କରାଯାଇଛି। ଉଭୟ ଖେଳାଳୀ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ଭଲିବଲ ଟିମର ୧୮ବର୍ଷରୁ କମ ଖେଳାଳୀ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗିତା ରାଜସ୍ଥାନର ଝୁନଝୁନ୍‌ରେ ଅନୁଷ୍ଠିତ ହେବ। ଏହି ସଫଳତା ପାଇଁ ବଗଡା ସ୍ପୋର୍ଟସ ଏକାଡେମୀର କର୍ମକର୍ତ୍ତାମାନେ ଉଭୟ ଖେଳାଳୀଙ୍କୁ ଶୁଭେଛା ଜଣାଇବା ସହ ସଫଳତାର ପାହାଚ ପରେ ପାହଚ ଅତିକ୍ରମ କରିବାକୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି।


Next Post

ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ

Mon Dec 15 , 2025
କେନ୍ଦ୍ରାପଡା ୧୫/୧୨: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ ସହ ସମ୍ପାଦକ ବଂଶୀଧର ମହାନ୍ତି ୨୦୨୫-୨୬ ଆର୍ôଥକ ବର୍ଷରେ ଅନୁଷ୍ଠାନ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମଗୁଡିକ […]

KANIKA