କେନ୍ଦ୍ରାପଡା ଜିଲ୍ଲାର ରାଜ୍ୟ ଜାତୀୟ ଜୁନିୟର ଭଲିବଲ୍ ଓ ମହିଳା ଫୁଟବଲ ଖେଳାଳି ରାଜ୍ୟ ତରଫରୁ ଜାତୀୟ ଚାମ୍ପିୟନ ସିପ୍ ନିମନ୍ତେ ମନୋନୀତ



କେନ୍ଦ୍ରାପଡା,୧୫ା୧୨: ଜାତୀୟ ଜୁନିୟର ବାଳକ ଓ ବାଳିକା ପ୍ରତିଯୋଗିତା ଚଳିତ ମାସ ଡିସେମ୍ବର ୧୬ତାରିଖ ଠାରୁ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଠାରେ ଆରମ୍ଭ ହେବାକୁ ଯାଉଅଛି । ଏଥି ନିମନ୍ତେ ବାଳକ ବିଭାଗରେ କେନ୍ଦ୍ରାପଡା ଜିଲ୍ଲା ତରଫରୁ ଚନ୍ଦନ ରାଉତ, ମୁନ୍ନା ଖସରା ଏବଂ ବାଳିକା ବିଭାଗର ଅପରାଜିତା ସାହୁ ରାଜ୍ୟ ତରଫରୁ ମନୋନୀତ ହୋଇଛନ୍ତି ଏବଂ ମହିଳା ଫୁଟ୍‌ବଲ ଖେଳାଳି କାମିନୀ ମଲ୍ଲିକ, ମିନାକ୍ଷୀ ଦାସ, ଅଭିଲିପ୍ସା ଦାସ କେନ୍ଦ୍ରାପଡା ଜିଲ୍ଲାର ଓଡିଶା ରାଜ୍ୟ ଦଳରେ ମନୋନୀତ ହୋଇ ଆନ୍ଧ୍ର ପ୍ରଦେଶ ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ପ୍ରତି ଯୋଗିତାରେ ଭାଗନେବା ନିମନ୍ତେ ଯାତ୍ରା କରିଛନ୍ତି । ଏଥି ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସାସଂଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଖେଳାଳୀ ମାନଙ୍କୁ ଶୁଭ କାମନା ଜଣାଇଛନ୍ତି । ଜିଲ୍ଲା କ୍ରୀଡା ସମ୍ପାଦକ ଜ୍ୟୋର୍ତିମୟ ଦାସ, ବରିଷ୍ଠ ସଭ୍ୟ ବିଜୟ କୁମାର ଦାସ, ଜା ଦେବେନ୍ଦ୍ର କୁମାର ସାହୁ, ସସ୍ମିତା ପଣ୍ଡା, ମନୋଜ କୁମାର ସାହୁ ଏବଂ ସମସ୍ତ କର୍ମକର୍ତ୍ତା ମାନେ ଉଭୟ ଦଳର ଖେଳାଳୀ ମାନଙ୍କୁ ବଧାଇ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ କେନ୍ଦ୍ରାପଡା ତଥା ରାଜ୍ୟ ପାଇଁ ଗୈାରବ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି ।


Next Post

ଷଷ୍ଠ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Mon Dec 15 , 2025
କେନ୍ଦ୍ରାପଡ଼ା,୧୫ା୧୨:କେନ୍ଦ୍ରାପଡା ସହରର ଫକିରାବାଦ୍ ସ୍ଥିତ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ସର୍ବଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୬ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ମାଧପୁର ଅମରଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡାର ବିଶିଷ୍ଟ ଫୁଟବଲ ଖେଳାଳୀ ସ୍ୱର୍ଗତ ଅବଦୁଲ କରିମ୍ ଖାନ୍‌ଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି […]

KANIKA