ଷଷ୍ଠ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୧୫ା୧୨:କେନ୍ଦ୍ରାପଡା ସହରର ଫକିରାବାଦ୍ ସ୍ଥିତ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ସର୍ବଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୬ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ମାଧପୁର ଅମରଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡାର ବିଶିଷ୍ଟ ଫୁଟବଲ ଖେଳାଳୀ ସ୍ୱର୍ଗତ ଅବଦୁଲ କରିମ୍ ଖାନ୍‌ଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆଗାମୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ବୈଠକରେ ପ୍ରଥମେ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ କ୍ଲବର ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀମାସ ୨୩ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡିଆରେ ପ୍ରତିବର୍ଷ ଭଳି ୮ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ବଛା ବଛା ୮ଟି ଟିମ ଅଂଶଗ୍ରହଣ କରିବେ। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟନ ଦଳକୁ ୫୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ଓ ରନର୍ସଅପ ଦଳକୁ ୩୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୪ଟି କ୍ୱାଟର ଫାଇନାଲ, ୨ଟି ସେମି ଫାଇନାଲ ସହ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାପରେ ସର୍ବସମ୍ମତିକ୍ରମେ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମହମ୍ମଦ ସଲିମ ଖାନ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇ ତାଙ୍କୁ ପୁନର୍ବାର କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଭାବେ ମହମ୍ମଦ ନିଆଜ୍‌(ମତୁ), ସାଧାରଣ ସମ୍ପାଦକ ଭାବେ ସେକ ସାହାବୁଲ୍ଲା, ଉପସଭାପତି ଭାବେ ରାଖାଲଶେଖର ଦାସ, ସେକ ସଫାତୁଲ୍ଲା, ଆଇନଜୀବୀ ଅକିଲ ଅହେମଦ୍‌, ସେକ ଫରିଦଉଦ୍ଦିନ୍‌,ମହମ୍ମଦ ଇବ୍ରାହିମ ଖାନ୍‌, ସମିଉଲ୍ଲା ଖାନ୍ ଓ ସେକ ବୁରାହାନ ଅଲ୍ଲୀ, ସମ୍ପାଦକ ଭାବେ ମୀର ଜରାର୍‌, ମୀର ଆବୁସମା, ଫାୟାଜ ମହମ୍ମଦ୍‌, ଅଜିତ କୁମାର ବେହେରା, ମୀର ସଲିମ୍‌, କଲିମ ଖାନ, ମୀର ମହମ୍ମଦ ଅମୀର ଓ ଗୈାରାଙ୍ଗ ବେହେରାଙ୍କୁ ଏବଂ କୋଷାଧ୍ୟକ୍ଷ ଭାବେ ସେକ ମୁସ୍ତାକ୍ ଓ ମହମ୍ମଦ ଆଝାରୁଦ୍ଦିନଙ୍କୁ ନିର୍ବାଚିତ କରାଯାଇଥିଲା। ସେହିପରି କ୍ଲବର ଉପଦେଷ୍ଟା ଭାବରେ ରଞ୍ଜିତ କୁମାର ସାହୁ, ସେକ ଲିୟାକତ ଅଲ୍ଲୀ, ଦୁର୍ଯ୍ୟୋଧନ ସାହୁ, ସୟଦ ଅକମଲ ଅଲ୍ଲୀ, ସୁନାକର ବେହେରା, ସୟଦ ଏହେସାନ ଅଲ୍ଲୀ, ମହମ୍ମଦ ବଦରୁଜ ଜମାନ, ସୁବାଶିଷ ସେନାପତି, ମୁକ୍ତାର ଖାଁ, ଅଭିମନ୍ୟୁ ଗୋଛାୟତ, ସେକ ସିରାନ ଅଲ୍ଲୀ, ଜ୍ୟୋତିର୍ମୟ ଦାସ, ଉମେଶ ଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ଜେନା, ସେକ କମିରୁଦ୍ଦିନ, ଭାବଗ୍ରାହୀ ସିଂ, ସେକ ହାଇଦର ଅଲ୍ଲୀ, ମୀର ଫାରୁକ, ମୀର ବକାଉଲ୍ଲା, ଶଶିକାନ୍ତ ବଳ, ମହମ୍ମଦ ଆଝାର ଅଲ୍ଲୀ, ସେକ ଖତିମ, ବରଦାକାନ୍ତ ବରାଳ, ଜାହିଦ ଖାଁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଏହି ବୈଠକରେ ସେକ ଅହେମ୍ମଦ ଅଲ୍ଲୀ, ସେକ ହନିଫ, ମୀର ସଲାମତ, ମୁନା ଖାନ, ଆଦିଲ ଇକବାଲ, ମୋତି ଖାନ, ସେକ ନାଜିର, ସେକ ଖଲିଲ, ମୀର ମୁସ୍ତକିମ, ସେକ ସୈାକତ, ଝାଣ୍ଡୁ ବେହେରା, ଟୁଟୁ ମେକାପ, ସେକ କାସିମ, ମୀର ସଦାମହୁସେନ, ସାବିର ଖାନ, ସେକ ଅଞ୍ଜନଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମ୍ପାଦକ ମୀର ମହମ୍ମଦ ଅମୀର ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading