ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ୧୭ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଦଣ୍ଡାମୁଣ୍ଡ ଛକସ୍ଥିତ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସ ପକ୍ଷରୁ ଏକ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଅଟୋମାଲିକ ଓ ଚାଳକମାନେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ବୈଠକରେ ଶ୍ରୀଜଗନ୍ନାଥ ଅଟୋମୋବାଇଲ୍ସର ପ୍ରତିଷ୍ଠାତା ପରିଚାଳକ ନଳିନୀକାନ୍ତ ସାହୁ ସଭାପତିତ୍ୱ କରି ଅଟୋଚାଳକମାନଙ୍କୁ ସଡକ ସୁରକ୍ଷା ଓ ଜୀବନ ରକ୍ଷା ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରି ସଚେତନ କରାଇଥିଲେ। ଏହି ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ କାଜଲ ପ୍ରଧାନ ଯୋଗଦେଇ ଅଟୋ ଚାଳକ ଓ ଅଟୋ ମାଲିକମାନଙ୍କୁ ସଡକ ସୁରକ୍ଷା ସଚେତନତା ଉପରେ କହିଥିଲେ ଯେ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବାକୁ, ମଦ ନପିଇ ଗାଡି ନ ଚଳାଇବାକୁ, ରାସ୍ତା କଡରେ ଥିବା ସଡକ ସୁରକ୍ଷା ଚିହ୍ନଁକୁ ଦେଖି ଗାଡି ଚଳାଇବା ଇତ୍ୟାଦି ବିଭିନ୍ନ ପ୍ରକାରର ଉଦ୍ଧାରଣ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ପିଆଇଏଜିଜିଓ ଆଞ୍ଚଳିକ ପ୍ରବନ୍ଧକ(ସେବା) ଅଶୋକ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ସହକାରୀ ସେଲ୍ସ ମ୍ୟାନେଜର ସନ୍ତୋଷ କୁମାର ଦାସ, ଆଇସିଆଇ ବ୍ୟାଙ୍କ ପରିଚାଳକ ବିଶ୍ୱଜିତ ପରିଡା, ତିନିମୂହାଣୀ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକ ରାକେଶ କୁମାର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହାପରେ ବିଭିନ୍ନ ଫାଇନାନ୍ସ କମ୍ପାନୀର ପ୍ରତିନିଧି ଇନଡୋସ୍ୱଇଜ ବ୍ୟାଙ୍କର ସତ୍ୟଜିତ ରାୟ, ବିଶ୍ୱଜିତ ପୃଷ୍ଟି, ବିକାଶ ମହାନ୍ତି, ଶ୍ରୀରାମ ଫାଇନାନ୍ସର ପରିଚାଳକ ରମାକାନ୍ତ ଦାସ, ଚୋଲା ଫାଇନାନ୍ସ ପରିଚାଳକ ସୁଜିତ କୁମାର, ମିଟନ କୁମାର ମହାରଣା ପ୍ରମୁଖ ଯୋଗଦେଇ ଅଟୋଚାଳକମାନଙ୍କୁ ସଡକ ସୁରକ୍ଷା ଉପରେ ପରାମର୍ଶ ଦେବା ସହିତ ଅଟୋମାଲିକମାନଙ୍କୁ ନୂତନ ଅଟୋ କିଣାବାରେ ଆବଶ୍ୟକ ଆର୍ଥିକ ସହଯୋଗ ପ୍ରଦାନ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ କମ୍ପାନୀ ପକ୍ଷରୁ ଅଟୋଚାଳକମାନଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସୋରୁମର ପରିଚାଳକ ଅଜୟ କୁମାର ଶତପଥୀ ଓ ଜୀତେନ୍ଦ୍ର ମହାନ୍ତି, ମନୋରଞ୍ଜନ ନାୟକ, ଶିଶିର କୁମାର ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading