ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା



କେନ୍ଦ୍ରାପଡ଼ା,୧୮ା ୧୨: ଜିଲ୍ଲାପାଳ ରଘୁରାମ ଆର. ଆୟର ଗୁରୁବାର ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନା,ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଗ୍ରାମ ପଞ୍ଚାୟତ ଭବନ,ଅଙ୍ଗନୱାଡି କେନ୍ଦ୍ର, ବ୍ୟାକିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଓଡିଶା ଜୀବିକା ମିଶନ, ମିଶନଶକ୍ତି, ଶିଳ୍ପ ପାର୍କ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ବାତ୍ୟା ଆଶ୍ରୟସ୍ଥଳ, ସମଗ୍ର ଶିକ୍ଷା, ବିଦ୍ୟୁତ୍ ସଂକ୍ରାନ୍ତିୟ ସମେତ ଅନ୍ୟନ୍ୟା ପ୍ରମୁଖ ବିଷୟବସ୍ତୁ ଉପରେ ବୈଠକରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଶ୍ରୀ ଆୟର ସମସ୍ତ କାର୍ଯ୍ୟର ସମୀକ୍ଷା କରି ଗୋଟି ଗୋଟି କରି ତା’ର ସମସ୍ୟା ଉପରେ ବିସ୍ତୃତ ଭାବେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟ କିପରି ସମୟସୀମା ମଧ୍ୟରେ ସମାପ୍ତ ହେବ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ବିଡ଼ିଓ,ତହସିଲଦାର, ସମସ୍ତ ଲାଇନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।