କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ କର୍ମଶାଳା



କେନ୍ଦ୍ରାପଡ଼ା,୧୮ା୧୨:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠ (ଆଇକ୍ୟୁଏସି) ପକ୍ଷରୁ ଗୁରୁବାର “ଗବେଷଣା ପ୍ରସ୍ତାବ ଲେଖନ ଓ ପାଣ୍ଠି ସଂଗ୍ରହ: ଧାରଣାରୁ ଅନୁମୋଦନ ପର୍ଯ୍ୟନ୍ତ” ଶୀର୍ଷକରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଇଂରାଜୀ ବିଭାଗ ମୁଖ୍ୟ ଡ଼. ପୂର୍ବାଶା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉଦଘାଟନୀ ସମ୍ଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇକ୍ୟୁଏସି ଆଭ୍ୟନ୍ତରୀଣ ସଦସ୍ୟ ପ୍ରଫେସର ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇକ୍ୟୁଏସି ସଂଯୋଜିକା ଡ଼. ଦିପ୍ତୀ ରାୟ କର୍ମଶାଳାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ପ୍ରଥମ ସତ୍ରରେ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଡ଼. ହିମାଂଶୁ ଶେଖର ରାଉତ “ଗବେଷଣା ପ୍ରସ୍ତାବ ଲେଖନ” ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ସତ୍ରରେ ନୂଆଦିଲ୍ଲୀ ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଡ଼. ମୀନକେତନ ବେହେରା “ଗବେଷଣା ପ୍ରସ୍ତାବ ପାଇଁ ପାଣ୍ଠି ସଂଗ୍ରହ” ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଶେଷରେ ୟୁଜିସି ସଂଯୋଜକ ଡ଼. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କର୍ମଶାଳାକୁ କ୍ୟାପଟେନ ସୀମା ମହାନ୍ତି ସଂଯୋଜନା କରିଥିଲେ। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ ଓ ଗବେଷିକାମାନେ ଯୋଗଦେଇଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବରିଷ୍ଠ ପ୍ରାଧ୍ୟାପକ ମାନେ ସହଯୋଗ କରିଥିଲେ। ଏହି ଜାତୀୟ କାର୍ଯ୍ୟଶାଳା ଶିକ୍ଷକ, ଗବେଷକ ଓ ଗବେଷଣାରେ ଆଗ୍ରହୀ ଅଂଶଗ୍ରହୀମାନଙ୍କ ପାଇଁ ବେଶ୍ ଉପକାରୀ ହେବ ବୋଲି ଆୟୋଜକ ମଣ୍ଡଳୀ ଆଶା ପ୍ରକାଶ କରିଛନ୍ତି।


Next Post

ପଟ୍ଟାମୁଣ୍ଡାଇ କଲେଜ ୫୫ତମ ବାର୍ଷିକ କ୍ରୀଡା ଉଦଘାଟିତ

Thu Dec 18 , 2025
ପଟ୍ଟାମୁଣ୍ଡାଇ ତା ୧୮/୧୨- ପଟ୍ଟାମୁଣ୍ଡାଇ କଲେଜର ୫୫ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି I ୩ଦିନ ବ୍ୟାପି ଆୟୋଜିତ କ୍ରୀଡା ଉତ୍ସବକୁ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପତାକା ହଲାଇ ଉଦଘାଟନ କରିବା ସହିତ ଶିକ୍ଷା ସହିତ କ୍ରୀଡା ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତାର ମାର୍ଗ ଦେଖାଏ ବୋଲି ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଅରବିନ୍ଦ ପାଣ୍ଡଵ ଓ ଅଧ୍ୟାପକ ଡ଼ […]

KANIKA