
କେନ୍ଦ୍ରାପଡ଼ା,୧୯ା୧୨:କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଇଛାପୁର ହାଇସ୍କୁଲରେ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କୁନି କୁନି ବୈଜ୍ଞାନିକଙ୍କ ଲୁକ୍କାୟିତ ପ୍ରତିଭାକୁ ବିକାଶ କରିବା ପାଇଁ ଏଭଳି ପ୍ରଦର୍ଶନୀ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ଯୋଗଦେଇ ଏହି ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୩୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାରୁ ଏହା ପିଲାମାନଙ୍କ ପାଇଁ ଆଗକୁ ଅଗ୍ରସର ହେବାର ଏକ ଲକ୍ଷଣ ବୋଲି ମତବ୍ୟକ୍ତ କରିଥିଲେ। ଦିନକୁ ଦିନ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରସ ବଢୁଥିବା ଏହା ଦ୍ୱାରା ପ୍ରମାଣିତ ହୋଇଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ସହମଣ୍ଡଳ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା, କାଉନସିଲର କାଳୀ ପ୍ରସାଦ ମିଶ୍ର, ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ, ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାଶ,ଏନପିଏସ ଶିକ୍ଷକ ସଙ୍ଘ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ନାଥ ମିଶ୍ର, ଘରୋଇ ବିଦ୍ୟାଳୟ ସଙ୍ଘ ସଭାପତି ନିରଞ୍ଜନ ବେହେରା, ଏୟୁପିଟିଏଫ ସଭାପତି କମଳାକାନ୍ତ ସ୍ୱାଇଁ, ପିଷ୍ଟା ସଭାପତି ବିଭୁପ୍ରସାଦ ନାୟକ, ଲେବୁଲ ଭି ସଭାପତି ଦୁଃଶାସନ ରାଉତ, ଶିକ୍ଷକ ନେତା ମାନଭଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସି.ଆର.ସି.ସି. ଅନନ୍ତ କୁମାର ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନୋଡାଲ ସିଆରସିସି କିଶୋର ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସକାଳେ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ. ପ୍ରଭାତରଞ୍ଜନ ଲେଙ୍କା, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସଲିମ ଖାନ, ବିଜ୍ଞାନ ସଂଯୋଜକ ସିଦ୍ଧାର୍ଥ ଶଙ୍କର ଜେନା, ବି.ଆର.ସି.ସି. ବଳଦେବ ପ୍ରସାଦ ଜେନା, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଶିବାଶିଷ ପତି, ପୈାରସଦସ୍ୟା ପୁଷ୍ପଲତା ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଦାଶ ପ୍ରମୁଖ ଯୋଗଦେଇଥିଲେ। ସି.ଆର.ସି.ସି. ସେକ ମହମ୍ମଦ ଫାୟାଜୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭାତୀ ନାୟକ ଶ୍ରୀଜଗନ୍ନାଥ ଅଷ୍ଟକମ ପାଠ କରିଥିବା ବେଳେ କଳପଡା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଉଦଯାପନୀ ସଂଗୀତ ଗାନ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିିବ।









