“ଗୀତା ଜ୍ଞାନ ଯଜ୍ଞ’ ଭକ୍ତମଣ୍ଡଳୀଙ୍କ ଉତ୍ସାହରେ ମନ୍ତ୍ରମୁଗ୍ଧ ହେଲା ସଂସ୍କୃତି ଭବନ



କେନ୍ଦ୍ରାପଡା, ୨୧/୧୨- ଉଦୟନଗର ସଂସ୍କୃତି ଭବନରେ ୧୯ ଡିସେମ୍ବରରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ “ଗୀତା ଜ୍ଞାନ ଯଜ୍ଞ’ର ଆୟୋଜନ ପ୍ରଜ୍ଞାନ ମିଶନ ଦ୍ୱାରା ହୋଇଥିଲା। ତିନିଦିନିଆ ଏହି ଆଧ୍ୟାତ୍ମିକ ଅନୁଷ୍ଠାନରେ ୬୦୦ରୁ ଅଧିକ ଭକ୍ତମଣ୍ଡଳୀଙ୍କ ଭିଡ଼, ଉତ୍ସାହ ଓ ଶ୍ରଦ୍ଧାରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଥିଲା। ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ମୁଖ୍ୟ ପ୍ରବକ୍ତା ଭାବେ ଉପସ୍ଥିତ ହୋଇ, ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ୟାୟର ୨୫ରୁ ୨୮ ନମ୍ବର ଶ୍ଲୋକରେ ଗଭୀର ବିଶ୍ଲେଷଣ କରିଥିଲେ। ତାଙ୍କର ସୁସ୍ପଷ୍ଟ ବ୍ୟାଖ୍ୟା ଓ ଆଧ୍ୟାତ୍ମିକ ଉପଦେଶରେ ଶ୍ରୋତାମଣ୍ଡଳୀ କେବଳ ମନ୍ତ୍ରମୁଗ୍ଧ ହୋଇନଥିଲେ, ବରଂ ଆତ୍ମିକ ଶାନ୍ତିର ସ୍ପର୍ଶ ଅନୁଭବ କରିଥିଲେ। ଏହି ଅବସରରେ ତିନି ଦିନ ଧରି ସମସ୍ତ ଉପସ୍ଥିତ ଶ୍ରୋତାମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହି ଯଜ୍ଞର ଦ୍ୱିତୀୟ ଦିନ, ୨୦ ଡିସେମ୍ବରରେ, ଭକ୍ତମଣ୍ଡଳୀଙ୍କ ପାଇଁ କ୍ରିୟାଯୋଗ ଦୀକ୍ଷା ପ୍ରଦାନ କରାଯାଇଥିଲା। ଏହି ପବିତ୍ର ଦୀକ୍ଷାରେ ଅନେକ ଶ୍ରଦ୍ଧାଳୁ ଯୋଗଦେଇ, ଆଧ୍ୟାତ୍ମିକ ଯାତ୍ରାରେ ନୂତନ ପଥରେ ପ୍ରବେଶ କରିଥିଲେ ଓ ୧୨୫ ଜଣ ଶ୍ରଦ୍ଦାଳୁଙ୍କୁ କ୍ରିୟାଯୋଗରେ ଦୀକ୍ଷିତ କରାଯାଇଥିଲା । ସ୍ଥାନୀୟ ଭକ୍ତମାନଙ୍କ ସହିତ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗଦେଇଥିଲେ। ସମାପନୀ ଅବସରରେ ଆୟୋଜକମଣ୍ଡଳୀ ଭଗବତ୍ ଗୀତାର ଶିକ୍ଷାକୁ ଦୈନିକ ଜୀବନରେ ଅନୁପ୍ରୟୋଗ କରିବାର ପ୍ରାସଙ୍ଗିକତାକୁ ଉଲ୍ଲେଖ କରି, ଏହି ଯଜ୍ଞକୁ ସାମାଜିକ ସମ୍ମିଳନର ଏକ ପ୍ରେରଣାଦାୟକ ମଞ୍ଚ ଭାବେ ବର୍ଣ୍ଣନା କରିଥିଲେ।


Next Post

ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ଭଗବତୀ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା

Mon Dec 22 , 2025
ପଟ୍ଟାମୁଣ୍ଡାଇ ତା୨୨/୧୨-ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷୟତ୍ରୀ ଭଗବତୀ ସ୍ୱାଇଁଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କଷଣଅଣ୍ଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରାକ୍ତନ ଵି ଇ ଓ ପାବନୀ ରାଉତ, […]

KANIKA