ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ୨୫ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଠକରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବାଜପେୟୀ ଜଣେ ମହାନ ଜନନାୟକ ଥିଲେ। ଦେଶର ବିକାଶରେ ତାଙ୍କର ଅବଦାନ ଅନେକ ଥିଲା। ଜଣେ ବିଚକ୍ଷଣ ରାଜନେତା ଏବଂ ରାଷ୍ଟ୍ରନୀତିଜ୍ଞ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ବାଜପେୟୀଙ୍କ ଅମଳରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା, ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ, ସମଗ୍ର ଶିକ୍ଷା ଅଭିଯାନ, ପୋଖରାନରେ ପରମାଣୁ ପରୀକ୍ଷଣ ଇତ୍ୟାଦିର ଅବତାରଣା କରିଥିଲେ। ଏହା ସହିତ ବାଜପେୟୀଙ୍କ ନିର୍ମଳ ଭାବମୂର୍ତ୍ତି, ବିଦେଶ ନୀତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦୂରସଂଚାର ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ କାରଗିଲ ଯୁଦ୍ଧରେ ଦୃଢ଼ ନେତୃତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ବାଜପେୟୀଙ୍କ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ହସ୍ତଶିଳ୍ପ ସହକାରୀ ନିର୍ଦ୍ଧେଶକ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଶିକ୍ଷା ବିଭାଗ ସହଯୋଗରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ, ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟାଳୟ କର୍ମଚାରୀ ଦିବ୍ୟରଞ୍ଜନ ବେହେରା, ମଦନ ହାଁସଦା, ରଞ୍ଜନ ସାହୁ, ଶେଖ ନୁର ଇସଲାମ ପ୍ରମୁଖ ସହଯୋଗ କରିଥିଲେ।


Next Post

ପଟ୍ଟାମୁଣ୍ଡାଇରେ ଶ୍ରୀରାମ ସେନା ପକ୍ଷରୁ ବାଜପାୟୀ ଜୟନ୍ତୀ ଓ ରକ୍ତଦାନ ଶିବିର

Fri Dec 26 , 2025
ପଟ୍ଟାମୁଣ୍ଡାଇ ତା ୨୫/୧୨- କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀରାମ ସେନା ପକ୍ଷରୁ ଜିଲ୍ଲା ସଭାପତି ଯୁବନେତା ଶାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ୧୦୧ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ମେଗା ରକ୍ତଦାନ ଶିବିର ଓ ରାଷ୍ଟ୍ରବାଦ ବିଚାରିତ ଶତାଧିକ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଛି । ବାଜପାୟୀ ଜୟନ୍ତୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ […]

KANIKA