ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ୨୫ତମ ବାର୍ଷିକ କ୍ରୀଡା ଉଦଯାପିତ



ପଟ୍ଟାମୁଣ୍ଡାଇ ତା୧୪/୧-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ର୍ରୀଧର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ +୨ମହିଳା କଲେଜର ଅଧ୍ୟକ୍ଷା ରାଜଲଷ୍ମୀ ମହାନ୍ତି ମୁଖ୍ୟଅତିଥି ଓ କ୍ରୀଡା ଶିକ୍ଷୟତ୍ରୀ ଅଳକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ସଂଯୋଜିକା ଶୁଭଶ୍ରୀ ପ୍ରିୟଦର୍ଶନୀ ତରାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ଗୀତାଞ୍ଜଳି କର ସ୍ୱାଗତ ଭାଷଣ ଓ ବନ୍ଦନାରାଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସହ ସଂଯୋଜିକା ଜ୍ୟୋତିର୍ମୟୀ ଦାଶ ଧନ୍ୟବାଦ ଦେଇଥିଲେ । ଏହି ବାର୍ଷିକ କ୍ରୀଡାର ବିଭିନ୍ନ ପ୍ରତିଯୋଗିତାକୁ ଅଧ୍ୟାପକ ରମେଶ ଦେଠୀ, ଅଧ୍ୟାପିକା ସରିତାରାଣୀ ଦାସ, ସୁକାନ୍ତ ନାଥ, ନିର୍ମଳ ସେଠୀ, ଅମିତ ନାୟକ, ରୋଜାଲିନ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଲିତାଲି ଲେଙ୍କା , ସ୍ୱପ୍ନାରାଣୀ ମଲିକ , ବିନୋଦିନୀ ନାୟକ, ଅନନ୍ୟା ଆତ୍ମଜା ମଲିକ, ସୋନାଲି ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବରେ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଓ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading