ପଟ୍ଟାମୁଣ୍ଡାଇ ତା ୨୨/୩-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମା ଧାନେଶ୍ୱରୀ ପୀଠସ୍ଥ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨୩ ତାରିଖର ୨୮ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି I ୨୩ ତାରିଖରେ ଅଙ୍କୁରାରୋପଣ, ଜାଗ ମଣ୍ଡପ ପ୍ରତିଷ୍ଠା, ବାସ୍ତୁ ପୂଜା ୨୪ତାରିଖରେ କଳସ ଶୋଭାଯାତ୍ରା, ଶ୍ରୀ ଗୁରୁ ସୂର୍ଯ୍ୟ ଗୋମାତା ପୂଜା, ଅଗ୍ନି ସ୍ଥାପନ, ଯଜ୍ଞ ଆରମ୍ଭ, ଶ୍ରୀରାମ ଚନ୍ଦ୍ରଙ୍କ ଷୋଡଶ ଉପଚାର ପୂଜା, ଶ୍ରୀରାମ ସହସ୍ର ନାମ, ୨୫ ତାରିଖ ରେ ବେଦ ପାଠ, ଗୁରୁ ଦେବାର୍ଚନ, ସୂର୍ଯ୍ୟ ପୂଜା, ଗୋ ପୂଜା, ସମସ୍ତ ପାର୍ଶ୍ୱ ଦେବାଦେବୀ ପୂଜା, ଯଜ୍ଞI ହୂତି, ଶ୍ରୀ ସପ୍ତସତୀ ଚଣ୍ଡି ପାଠ, ୨୬ତାରିଖରେ ବେଦ ପାଠ, ଗୁରୁ ଦେବାର୍ଚ୍ଚନ,ସୂର୍ଯ୍ୟ ପୂଜା ଗୋ ପୂଜା ଧରିତ୍ରୀ ପୂଜା,ଯଜ୍ଞIହୂତି, ରୁଦ୍ରାଭିଷେକ, ୨୭ ତାରିଖ ଶ୍ରୀରାମ ନବମୀ,ବୃନ୍ଦାବନ ଚନ୍ଦ୍ର ମହାପ୍ରଭୁଙ୍କ ବିଶେଷ ପୂଜା, ପୁରୁଷ ମୁକ୍ତରେ ମହାସ୍ନାନ,୧୦୮ ଏକ ଶତ ଅଷ୍ଟୋତ୍ତର ତୁଳସୀ ଦଳ ପ୍ରଦାନ, ଶ୍ରୀରାମ ସହସ୍ର ଆହୁତି, ୨୮ ତାରିଖ ବେଦ ପାଠ, ଗୁରୁ ପୂଜା ସୂର୍ଯ୍ୟ ପୂଜା, ଗୋ ପୂଜା, ଧରିତ୍ରୀ ପୂଜା ଚଣ୍ଡି ପୂଜା, ମା ଧାନେଶ୍ୱରୀଙ୍କ ବିଶେଷ ପୂଜା, ଚକ୍ର ପାଠ, ହବନ, ଦଶ ମହାବିଦ୍ୟା ପୂଜନ, ପୂର୍ଣ୍ଣାହୂତି ଆଦି ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି I ଏତଦ ବ୍ୟତୀତ ଏହି ୫ଦିନ ବ୍ୟାପି ଆୟୋଜିତ ମହାର୍ଘ୍ୟ କାର୍ଯ୍ୟକ୍ରମରେ ଇନ୍ଦୁପୁର ପାୟଲ ମ୍ୟୁଜିକ,ଅଳପୁଆ ମା ଧାନେଶ୍ୱରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ସୁଧା ସାଇ ଭଜନ ସନ୍ଧ୍ୟା, କଟକ ଶ୍ରୀମନ୍ଦିର ଭଜନ ମଣ୍ଡପ, ଅଳପୁଆ ସିଦ୍ଧ ମହାପୁରୁଷ ଡ୍ୟାନ୍ସ ଏକାଡେମୀ, କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ ଏକାଡେମୀ କଳାକାର ମାନେ ଭଜନ ଓ ନୃତ୍ୟ ପରିବେଷଣ କରିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି I ପ୍ରବଚକ ଶିବ ପ୍ରସାଦ ଦାଶ ଓ ପ୍ରସିଦ୍ଧ କଣ୍ଠ ଶିଳ୍ପୀ କୁମାର ଦିଲ୍ଲୀପ ଓ ସୀମା ମହାପାତ୍ର ମଧ୍ୟ ଯୋଗ ଦେଇ ପ୍ରବଚନ ଓ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି I ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅଳପୁଆ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଭାପତି ବିଭୁତି ଭୂଷଣ ପଟନାୟକ ଓ ସମ୍ପାଦକ ଦିଲ୍ଲୀପ ବିଶ୍ୱାଳଙ୍କ ସମେତ ସମସ୍ତ କର୍ମକର୍ତ୍ତା ଅନୁରୋଧ କରିଛନ୍ତି I









