ଖଡ଼ିଅଣ୍ଟା ହାଇସ୍କୁଲରେ ଗୁରୁ ପୂଜନ



ପଟ୍ଟାମୁଣ୍ଡାଇ ତା ୧୨/୪- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଣ୍ଟା ହାଇସ୍କୁଲରେ ୨୦୦୭ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନଶିକ୍ଷକ ଆଶିଷ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁ ପୂଜନ ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରାକ୍ତନ ଶିକ୍ଷକ ସର୍ବେଶ୍ୱର ଜେନା, ଅଭୟ ଜେନା ବିଦ୍ୟାଧର ମହାନ୍ତି, ମଧୁସୂଦନ ଦାସ, ଗୋକୁଳ ଜେନା ରବୀନ୍ଦ୍ର ଦାଶ ପିତାମ୍ବର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀମାନେ ଏହି ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।  ପୁରାତନ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚନା କରିବା ସହିତ ମାନପତ୍ର, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।  ପୁରାତନ ଛାତ୍ର ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।  ପୁରାତନ ଛାତ୍ରୀ ସ୍ଵାଗତିକା ଦାଶ ସ୍ୱାଗତ ଭାଷଣ ଓ ଶୁଚିସ୍ମିତା ସାହାଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଶେଷରେ ସସ୍ମିତା ସାହୁ ଧନ୍ୟବାଦ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ୧୯୯୩ ବ୍ୟlଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Mon Apr 13 , 2026
ପଟ୍ଟାମୁଣ୍ଡାଇ ୧୨/୪ ପଟ୍ଟାମୁଣ୍ଡାଇ କଲେଜର ୧୯୯୩ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ତଥା ଅଧ୍ୟାପକ ନୃସିଂହ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ କଲେଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ମୁଖ୍ୟଅତିଥି,ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ ରମେଶ କୁମାର ସାହୁ, କଲେଜ ଆଲୁମୋନି ଆସୋସିଏସନ୍ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି […]