କେନ୍ଦ୍ରାପଡ଼ାର ପ୍ରିୟଙ୍କାଙ୍କ ପ୍ରଥମା ପୁରସ୍କାର ପୁସ୍ତକ ପାଠକାର୍ପିତ



କେନ୍ଦ୍ରାପଡା ୧୩/୪ : ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଭୁବନେଶ୍ୱରର ଟାଇମପାସ ସଂସ୍ଥା ପକ୍ଷରୁ ପ୍ରଥମା ପୁରସ୍କାରପ୍ରାପ୍ତ ଯୁବ ପ୍ରତିଭାଙ୍କ କୃତିକୁ ପ୍ରତିବର୍ଷ ‘ବହିବିଷୁବ’ ଅବକାଶରେ ପ୍ରକାଶ କରାଯାଇଥାଏ। ଚଳିତ ବର୍ଷ ଏହି ଅବସରରେ ପ୍ରଥମା ପୁରସ୍କାର -୨୦୨୫ ର ଅନ୍ୟତମ ପ୍ରାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ପ୍ରଥମ କବିତା ପୁସ୍ତକ ପଠାକାର୍ପିତ ହୋଇ ଯାଇଛି। ଗତକାଲି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରିୟଙ୍କାଙ୍କ ଏହି ପ୍ରଥମ କବିତା ସଂକଳନ “ଜେଜେ ନ ଥିବା ଆକାଶ” ପଠାକାର୍ପିତ ହୋଇଛି । ଏଥିରେ ଓଡ଼ିଆ ସାହିତ୍ୟର ବରିଷ୍ଠ କବି ବଂଶୀଧର ଷଡ଼ଙ୍ଗୀ ଯୋଗଦେଇ ଯୁବ କବୟିତ୍ରୀ ପ୍ରିୟଙ୍କାଙ୍କ ଏହି ନୂତନ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଟାଇମପାସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ସରୋଜ ବଳ ମଧ୍ୟ ଉପସ୍ଥିତ ରହିଥିଲେ। ପ୍ରିୟଙ୍କାଙ୍କ ଏହି ସଂକଳନରେ ୪୩ ଗୋଟି ମନୋଜ୍ଞ କବିତା ସ୍ଥାନିତ ହୋଇଛି। ପ୍ରକାଶ ଥାଉ କି ପ୍ରଥମା ପୁରସ୍କାରର ଏହି ଚୂଡାନ୍ତ ତାଲିକାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସମୁଦାୟ ବାରଜଣ ଯୁବ ପ୍ରତିଭା ମନୋନୀତ ହୋଇଥିଲେ। ସଂପ୍ରତି ପ୍ରିୟଙ୍କା ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକତ୍ତୋର ଓଡ଼ିଆ ଭାଷା ଓ ସାହିତ୍ୟି ବିଭାଗର ଶେଷ ବର୍ଷର ଛାତ୍ରୀ।


Next Post

ସମ୍ବିଧାନର ସୁରକ୍ଷା ଦେଶର ସୁରକ୍ଷା: ଆମ୍ବେଦକର ବିଚାରମଞ୍ଚ

Wed Apr 15 , 2026
କେନ୍ଦ୍ରାପଡ଼ା,୧୪ା୪:ଡକ୍ଟର ଆମ୍ବେଦକର ବିଚାରମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବାସାହେବ ଡ. ଭୀମରାଓ ଆମ୍ବେଦକର ୧୩୨ତମ ଜନ୍ମ ଜୟନ୍ତୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଟାଉନହାଇସ୍କୁଲ ସନ୍ନିକଟରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ପ୍ରଫେସର ପରିଡା ସମ୍ବିଧାନର ଭାବ ଓ ଭାଷାର ଯଥାର୍ଥ […]