

କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜ୍ଞାନପୀଠ ନିକଟ କଜଳା ନାଳ କୂଳରୁ ବୋତଲ ଗୋଟାଉଥିବା ବେଳେ ଜଣେ ନାବାଳକ ନଦୀରେ ଭାସି ଯାଇଛନ୍ତି। ସ୍ଥାନୀୟ ଅର୍ବାନ ବ୍ୟାଙ୍କ କର୍ମଚାରୀ କିରଣ ବଳ ପ୍ରଥମେ ଏହା ଦେଖି ଏହି ବାଟରେ ଯାଉଥିବା ଲୋକଙ୍କୁ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ହେଲେ କୌଣସି ବ୍ୟକ୍ତି ଅଟକି ନ ଥିଲେ। ଶେଷରେ ସେ ଅର୍ବାନ ବ୍ୟାଙ୍କର ଡ୍ରାଇଭର ତ୍ରିଲୋଚନ ମଲ୍ଲିକଙ୍କୁ ଡାକିଥିଲେ। ତ୍ରିଲୋଚନ ଏକ ବାଉଁଶ ସାହାଯ୍ୟରେ ଦଳ ସଫା କରି ନଦୀରେ ପଶିଥିଲେ। ଏହାପରେ ଅନ୍ୟ କେତେକ ଯୁବକ ସେଠାରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକ ଜଣକ କଜଳା ଅଞ୍ଚଳର ବୋଲି ଜଣାପଡିଛି। ମୃତ ନାବାଳକଙ୍କ ପରିବାରକୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ସମାଜସେବୀ ଶରତ କୁମାର ବେହୁରା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave a Reply