ହରା ଭାରତ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୧୩/୭ -ହରା ଭାରତ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ମାଗଣା ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ସାହସ୍ରାଧିକ ଗୁଆ, କାଗଜୀ ଲେମ୍ବୁ, ନଡ଼ିଆ, ଆତ, ଡାଳିମ୍ବ, ସପେଟା, ପିଜୁଳି, ଆମ୍ବ ସମେତ ବିଭିନ୍ନ ପ୍ରକାର ଫଳ ଜାତୀୟ ଚାରା ପ୍ରାୟ ୫୦୦ ଲୋକଙ୍କ ମଧ୍ୟରେ ବଂଟନ କରାଯାଇଥିଲା। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ବୃକ୍ଷରୋପଣ ପ୍ରତି ସାଧାରଣ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ହରା ଭାରତର ଆଦିତ୍ୟ ନାରାୟଣ ନାୟକ ପ୍ରକାଶ ରଞ୍ଜନ ସାହୁ ହିମାଂଶୁ ଭୂଷଣ ଜେନା,ଶୁଭ୍ରଜିତ୍ ମଲ୍ଲିକ, ଶ୍ରୁତିରୂପା ରାଉତ, ସୁଚିସ୍ମିତା ଜେନା, ଲିପ୍ସା ରାଣୀ ବେହେରା,ଆଦିତ୍ୟ ମଲ୍ଲିକ ଓ ସିପୁନ୍ ପରିଡା ପ୍ରମୁଖ ଯୋଗ ଦେଇ ଚାରା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ହରା ଭାରତର ଏଭଳି ପରିବେଶମୁଖୀ ପଦକ୍ଷେପକୁ ସ୍ଥାନୀୟ ଅଂଚଳବାସୀ ଉଚ୍ଚ ପ୍ରଶଂସା କରାଯାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ସଂସ୍ଥା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସୂଚନା ଦିଆଯାଇଛି ।


Be the first to comment

Leave a Reply

Your email address will not be published.