

ପଟ୍ଟାମୁଣ୍ଡାଇ ୨୦/୭\ ପଟ୍ଟାମୁଣ୍ଡାଇ କଲେଜର ନୂତନ ଅଧ୍ୟକ୍ଷ ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଗୌର ପ୍ରସାଦ ଷଢଙ୍ଗୀ ବିଦାୟୀ ଅଧ୍ୟକ୍ଷ କ୍ୟାପଟେନ ମନୋଜ ପରିଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଛି ବର୍ଷ ତଳେ ଗୌର ଷଢଙ୍ଗୀ ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଭାବେ ଦକ୍ଷତା ସହ କାର୍ଯ୍ୟକରି କେନ୍ଦ୍ରାପଡ଼ା କଲେଜକୁ ବଦଳି ହୋଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରାଧ୍ୟାପକ ଷଢଙ୍ଗୀ ଆଜି ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅଧ୍ୟକ୍ଷକୁ କଲେଜର ସମସ୍ତ ଅଧ୍ୟାପିକାଅଧ୍ୟାପକ କର୍ମଚାରୀ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ।

Leave a Reply