ପ୍ରତିଶୃତି ପରେ ପ୍ରସ୍ତାବିତ ଗଣଧାରଣା ଆନ୍ଦୋଳନ ସ୍ଥଗିତ



କେନ୍ଦ୍ରାପଡା୨୭/୭: ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କେନ୍ଦ୍ରାପଡା ଗଣ୍ଡାଖିଆ ରାସ୍ତାର ମରାମତି ଓ ପୁନଃ ନିର୍ମାଣ ଦାବିରେ ଜୁଲାଇ ୨୮ ଗଣଧାରଣା ଆନ୍ଦୋଳନ ନିମନ୍ତେ ବିଧାୟକ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଗରାପୁର ସ୍ଥିତ ରାଜୀବ ଭବନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଣଧାରଣା କାର୍ଯ୍ୟକ୍ରମର ପୁନଃ ରୂପରେଖ ନିର୍ଦ୍ଧାରିତ କରାଯାଇଥିଲା । ଜନସାଧାରଣ ବିଶେଷ କରି କେନ୍ଦ୍ରାପଡା ବ୍ଲକର ଓସ୍ତପୁର, କଂସାର, ପୁରୁଷୋତ୍ତମ ପୁର ଓ ଆୟେବା, ଆଳି ୪ଟି ପଞ୍ଚ ।ୟତର ଗମନାଗମନ ଜନିତ ସମସ୍ୟା କେନ୍ଦ୍ରାପଡା ଗଣ୍ଡାଖିଆ ରାସ୍ତାର ଅବକ୍ଷୟ ହେତୁ ଅତିଶୟ ଉତ୍କଟ ହୋଇପଡିଥିବା ବୈଠକରେ ଉପସ୍ଥିତ ସମସ୍ତ ବିଜେଡି ନେତୃ ମଣ୍ଡଳୀ ଅନୁଭବ କରିଥିଲେ ଓ ମତବ୍ୟକ୍ତ କରିଥିଲେ । ଏହି ବୈଠକ ସମୟରେ କେନ୍ଦ୍ରାପଡା ଆରଡି ଡିଭିଜନ -୧ର ଅଧିକ୍ଷଣ ଯନ୍ତ୍ରୀ ସୁରଜ ବିଶ୍ୱାଳ ଓ ଏସ୍‌ଡିଓ ଅନିସ୍ ସୁବୁଦ୍ଧି ରାୟ ଆସି ଉପସ୍ଥିତ ହୋଇଥିଲେ । ଅଧିକ୍ଷଭ ଯନ୍ତ୍ରୀ ଆଡି ବିଭାଗ ତରଫରୁ ପ୍ରସ୍ତାବ ଦେଇ କହିଥିଲେ ଯେ ଆମ୍ଭେ ଏହି ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରି ଦେଇଛୁ ଓ ତାହା ଚାଲୁ ରହିଛି । ଏକ ସପ୍ତାହ ମଧ୍ୟରେ ଏହାକୁ ପୁର୍ନାଙ୍ଗ କରାଯିବ । ଦିତୀୟରେ ପୁନଃ ନିର୍ମାଣ ବାବଦରେ ଆମେ ଆମର ସର୍ବୋଚ ଯନ୍ତ୍ରୀଙ୍କୁ ଅନୁରୋଧ କରି ପତ୍ର ଲେଖିଛୁ । ଏହି ରାସ୍ତା ଉପରେ ବେ ଆଇନ ଭାରିଯାନ ଚଳାଚଳ ନିଷିଧ୍ୟ କରିବାକୁ ପଦକ୍ଷେପ ଗ୍ରହଣ କରିଛୁ । ପୁନଃ ନିର୍ମାଣର ଆବଶ୍ୟକତା ଉପଲବ୍ଧ କରି ଜିଲ୍ଲାପାଳଙ୍କୁ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ଲେଖିବାକୁ ଅନୁରୋଧ କରିଛୁ । ଜିଲ୍ଲାପାଳ ମଧ୍ୟ ସମ୍ମତି ଦେଇଛନ୍ତି । ଏହି ସମସ୍ତ ବିବରଣୀ ଆମେ ଆପଣଙ୍କୁ ଲିଖିତ ଆକାରରେ ଦେଉଛୁ । ସୁତରାଂ ଆପଣ ଆସନ୍ତା ଜୁଲାଇ ୨୮ଅରଡି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରୁଛୁ । ଅଧିକ୍ଷଣ ଯନ୍ତ୍ରୀ ଉପମଣ୍ଡଳ ଅଧିକାରୀଙ୍କ ଲିଖିତ ଅନୁରୋଧ କ୍ରମେ ପ୍ରସ୍ତୁତି ବୌଠକରେ ଜୁଲାଇ ୨୮ ଗଣଧାରଣା କାର୍ଯ୍ୟାକ୍ରମରେ ପ୍ରତ୍ୟାହାର କରାନଯାଇ ସ୍ଥଗିତ ରଖିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତସିଂଙ୍କ ବିୟୋଗରେ ଶୋକ ସଭା କରାଯାଇ ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ବିଜେଡି ସଭାପତି ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶିବ ପ୍ରସାଦ ଧଳ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁ, ନଗର ସଭାପତି ଯଯାତି ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ସଙ୍ଗମ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ମହାନ୍ତିଙ୍କ ସମେତ ପ୍ରଦୀପ ଜେନା, ସ୍ୱଧିନ ନାୟକ, ପ୍ରଭାଶିଷ ପଣ୍ଡା, ସୌମେନ୍ଦ୍ର ପୃଷ୍ଟି, ଗଣେଶ ମେକାପ, କାଳି ପ୍ରସାଦ ମିଶ୍ର, ଲୋହିତ ମହାନ୍ତି, ସୁବନୀ ସାହୁ, ଜ୍ଞାନ ରଞ୍ଜନ ସାହୁ, ରବିଦ୍ର ପଣ୍ଡା, ମାନସ ମହାନ୍ତି, ସୁଧିର ବେହେରା, ଚନ୍ଦନ ଦାଶ, ପ୍ରଭାତ ଜେନା, ଗଣେଶ ନାୟକ, ରଞ୍ଜନ ନାୟକ, ବିଚିତ୍ର ଲେଙ୍କା, କମଳା କାନ୍ତ ବେହେରା, ଅକ୍ଷୟ ମେକାପ, ତୋଫାନ ସ୍ୱାଇଁ, ବିଜୟ ପ୍ରଧାନ, ପ୍ରଶନ୍ନ ରାଉତ, ମୁକ୍ତାର ଖାନ, ମୃତ୍ୟୁଞ୍ଜୟ ମହାନ୍ତି, ରତିକାନ୍ତ ସାମଲ, ଅଲେଖ ଦାସ, ଆର୍ଶୀବାଦ ପାଲ, ପ୍ରଦୀପ ସୁତାର, ସୁଭାଷ ମହାଳିକ, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Be the first to comment

Leave a Reply

Your email address will not be published.