ଉପର ମହଲା କାର୍ଯ୍ୟ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମାନ ସମାରୋହ ନେଇ ଆଲୋଚନା


କେନ୍ଦ୍ରାପଡ଼ା ଉର୍ଦ୍ଦୁ ଲାଇବ୍ରେରୀର ପଞ୍ଚମ ବାର୍ଷିକୀ ପାଳିତ


କେନ୍ଦ୍ରାପଡ଼ା ୧/୯ : କେନ୍ଦ୍ରାପଡ଼ା ପୌରପାଳିକା ସ୍ଥିତ ଉର୍ଦ୍ଦୁ ଲାଇବ୍ରେରୀ ମ୍ୟାନେଜିଂ କମିଟିର ପଞ୍ଚମ ବାର୍ଷିକୀ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଲାଇବ୍ରେରୀ ପରିସରରେ କେକ୍ କାଟି ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ଉର୍ଦ୍ଦୁ ଲାଇବ୍ରେରୀ ମ୍ୟାନେଜିଂ କମିଟିର ମୁଖ୍ୟ ପରାମର୍ଶଦାତା, କେନ୍ଦ୍ରାପଡ଼ା ପୌରପାଳିକାର ଚେୟାରମ୍ୟାନଙ୍କ ପ୍ରତିନିଧି ତଥା ସମାଜସେବୀ ରଣଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାରୋହରେ ଉର୍ଦ୍ଦୁ ଲାଇବ୍ରେରୀ ମ୍ୟାନେଜିଂ କମିଟିର ସଭାପତି ସୟଦ ଅକମଲ ଅଲୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଲାଇବ୍ରେରୀର ପଞ୍ଚବର୍ଷର ଯାତ୍ରା, ବିଭିନ୍ନ ସାମାଜିକ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ, ଲାଇବ୍ରେରୀର ବିକାଶ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି କେନ୍ଦ୍ରାପଡ଼ା ପୌରପାଳିକାର ଉର୍ଦ୍ଦୁ ଲାଇବ୍ରେରୀ ଭବନ ଉପରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର କଲ୍ୟାଣ ନିମନ୍ତେ ବହୁମୁଖୀ ସାଂସ୍କୃତିକ ହଲ୍ ନିର୍ମାଣ, ଉନ୍ନୟନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବକୁ ମୁଖ୍ୟ ପରାମର୍ଶଦାତା ରଣଜିତ କୁମାର ସାହୁ ସମ୍ମତି ଜଣାଇବା ସହ ଆବଶ୍ୟକ ସହଯୋଗ ନେଇ ଆଶ୍ୱାସନ ଦେଇଥିଲେ।ଏଠି ସହିତ ଲିବରାରୀର ଜରୁରୀ ମରାମତି କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପାଈଁ ଆବଶ୍ୟକ ପାଣ୍ଠି ଯୋଗାଇଦେବ ପାଈଁ ପ୍ରତିଶୃତି ଦେଇଥିଲେ। ସେହିପରି, ଆସନ୍ତା ୬ ସେପ୍େଟମ୍ବରରେ କେନ୍ଦ୍ରାପଡ଼ା ଉର୍ଦ୍ଦୁ ଲାଇବ୍ରେରୀ କମ୍ୟୁନିଟି ସେଣ୍ଟର ଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମାନ ସମାରୋହ ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରେଷ୍ଠ ଓ ଆଇକନିକ୍ ଶିକ୍ଷକମାନଙ୍କୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ଏସ୍‌.କେ. ନସିମୁଦ୍ଦିନ୍‌, କ୍ୟାସିଅର ଏସ୍‌.କେ. ଏମ୍‌.ଡି. ଫାୟାଜୁଦ୍ଦିନ୍‌, ସମ୍ପାଦକ ସୟଦ ଜାର୍କି, ଏମ୍‌.ଡି. ଅସଗର ଅଲ୍ଲୀ, ସଂଗଠନ ସମ୍ପାଦକ ଏସ୍‌.କେ. ଇନାୟତ୍‌, ସହକାରୀ ସମ୍ପାଦକ ରେହମତ ଖାନ୍‌, ଅକ୍ରମ ଖାନ୍‌, ଚନ୍ଦା ଅଚ୍ୟୁତାନନ୍ଦ ସାମଲ, ଅନନ୍ତ କୁମାର ପରିଡ଼ା, ଦେବେନ୍ଦ୍ର କୁମାର ନାୟକ, ଏସ୍‌.କେ. ବରକତୁଲ୍ଲାହଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ପଞ୍ଚମ ବାର୍ଷିକୀ ଅବସରରେ ସେକ ନାସିମୁଦ୍ଦିନ ଏବଂ ମହମ୍ମଦ ଅସଗାର ଆଲ୍ଲୀ ଓ ସମସ୍ତ ସଦସ୍ୟ ଲାଇବ୍ରେରୀର ଉନ୍ନତି, ରକ୍ଷଣାବେକ୍ଷଣ ଓ ଆଗାମୀ ଦିନରେ ଅଧିକ ଜନସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏକତାର ସହ କାମ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଶେଷରେ ଉର୍ଦ୍ଦୁ ଲାଇବ୍ରେରୀ ମ୍ୟାନେଜିଂ କମିଟିର ସମ୍ପାଦକ ଏସ୍‌.କେ. ଏମ୍‌.ଡି. ଫାୟାଜୁଦ୍ଦିନ୍ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Be the first to comment

Leave a Reply

Your email address will not be published.