କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ବନ୍ଧୁମିଳନ



କେନ୍ଦ୍ରାପଡ଼ା,୬ା୯:କେନ୍ଦ୍ରାପଡାରେ କଂଗ୍ରେସ ଦଳର ସଂଗଠନକୁ ମଜଭୁତ କରାଯିବ। ଦଳର ପ୍ରତ୍ୟେକ କର୍ମୀ ଜଣେ ଜଣେ ଯୋଦ୍ଧା। କେନ୍ଦ୍ରାପଡା ପୈାରାଞ୍ଚଳର ପ୍ରତ୍ୟେକ ୱାର୍ଡରେ କଂଗ୍ରେସ କର୍ମୀମାନେ ସକ୍ରୀୟ ହୁଅନ୍ତୁ ତାହାହେଲେ ଦଳର ସଂଗଠନ ମଜଭୁତ ହେବା ସହ ଆଗାମୀ ଦିନରେ କଂଗ୍ରେସ ଦଳ ସରକାର ଗଠନ କରିପାରିବ ବୋଲି କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ନଗର କଂଗ୍ରେସ କମିଟିର ବନ୍ଧୁମିଳନ ଉତ୍ସବରେ ଯୋଗଦେଇ ଦଳର ବରିଷ୍ଠନେତୃତ୍ୱ ଓ କର୍ମୀମାନେ କହିଛନ୍ତି। କଂଗ୍ରେସଦଳର ଜବାହରଲାଲ ନେହେରୁ, ଲାଲବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରମୁଖ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି। କଂଗ୍ରେସ ସରକାର ଅମଳରେ ଇବ ଥର୍ମାଲ, ନାଲକୋ, ପାରାଦୀପ ପୋର୍ଟ, ଇଫକୋ ଭଳି ବହୁ ସଂସ୍ଥା ପ୍ରତିଷ୍ଠା ହୋଇଛି। ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଲୋକମାନେ ରୋଜଗାର ଓ ନିଯୁକ୍ତି ପାଇଛନ୍ତି। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସମ୍ବିଧାନ ସଂଶୋଧନ କରାଯାଇ କ୍ଷମତାର ବିକେନ୍ଦ୍ରୀକରଣ ପୂର୍ବକ ପୈାର ପ୍ରତିନିଧି ଓ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ କ୍ଷମତା ଅର୍ପଣ କରାଯାଇଛି ବୋଲି ନଗର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ଯୋଗଦେଇ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଭାଗିରଥି ଜେନା, ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ସେଲ ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତ୍ତାର, ଅଧ୍ୟାପକ ବେଣୁଧର ସାହୁ, ସନ୍ତୋଷ ବେହେରା ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ଉପସଭାପତି ଭଗବାନ ଓଝା, ଛାତ୍ରନେତା ରାଜେଶ ଓଝା, ଗୋପାଳ ମହାରଣା, ରବିନ୍ଦ୍ର ରାଉତ, ବିପ୍ଳବ ମହାନ୍ତି, ରଞ୍ଜନ କୁମାର ପ୍ରଧାନ, ସେକ ଅଇନୁଦ୍ଦିନ, ସେକ ଜମିର, ସେକ ଆନସ, ସେକ ଜଲାଲଉଦ୍ଦିନ, ସେକ ସଗିର, ସେକ ରିଆଜୁଦ୍ଦିନ, ନିରଞ୍ଜନ ସାହୁ, ସେକ ମେହେବୁବ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଆଲୋଚନାରେ ଅଂଶଗ୍ରହଣ କରି ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ଶପଥ ନେଇଛନ୍ତି।


Be the first to comment

Leave a Reply

Your email address will not be published.