ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ପୁନଃଗଠନ: କଳାକର ପ୍ରଧାନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ


ପଟ୍ଟାମୁଣ୍ଡାଇ୨୦/୯- ଆଗାମୀ ପଂଚାୟତକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡିର ପୁନଃଗଠନ କରାଯାଇଛି।ନବୀନଙ୍କ ଅନୁମୋଦନକ୍ରମେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ ବ୍ଲକର ସାଙ୍ଗଠନିକ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଯୁବନେତା ତଥା ପୂର୍ବତନ ସରପଞ୍ଚ କଳାକର ପ୍ରଧାନ (କାଳିଆ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ତୃଣମୂଳ ସ୍ତରରେ ଦଳକୁ ଆହୁରି ମଜବୁତ୍ କରିବା ଏବଂ ସଙ୍ଗଠନକୁ ଗତିଶୀଳ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। କଳାକରଙ୍କ ନିଯୁକ୍ତି ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଜେଡି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ନୂତନ ଦାୟିତ୍ୱ ପାଇବା ପରେ ସେ ଦଳୀୟ ସଙ୍ଗଠନକୁ ଆଗକୁ ନେବା ସହ ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


Be the first to comment

Leave a Reply

Your email address will not be published.