ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପୁନଃଗଠିତ କିଶୋର ସଭାପତି କଳାକର ଓ ଜ୍ୟୋତି ହେଲେ କାର୍ଯ୍ୟକାରୀ ସଭାପତି


ପଟ୍ଟାମୁଣ୍ଡାଇ ୨୦/୯ ନରେନ୍ଦ୍ର ଧଳ-ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି । ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ ବିଜେଡିର ବର୍ଷିଆନ ନେତା କିଶୋର କୁମାର ସାହୁଙ୍କୁ ପୁନଃବାର ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ବ୍ଲକ ସଭାପତିଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ ପାଇଁ ଯୁବନେତା ପୂର୍ବତନ ସରପଂଚ କଳାକର ପ୍ରଧାନ ଓ ୧୫ନଂ ଜୋନ ଧୋୟାଂଚଳର ଅନ୍ୟତମ ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଏହାଛଡା ପଟ୍ଟାମୁଣ୍ଡାଇ ନଗର ଅଂଚଳରେ ବିଜେଡି ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଯୁବନେତା ପୂର୍ବତନ ପୌରାଧକ୍ଷା ପ୍ରତିନିଧି ଖଗେଶ୍ୱର ଲେଙ୍କାଙ୍କୁ ପୁନଃବାର ନଗର ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ନବ ନିଯୁକ୍ତ କର୍ମକର୍ତାମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଦଳର ନିର୍ଦେଶରେ ଆଗାମୀ ଦିନରେ ସଂଗଠନକୁ ଅଧିକ ମଜଭୁତ କରି ଆସନ୍ତା ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପୁଳ ବିଜୟ ସୁନିଶ୍ଚିତ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।


Be the first to comment

Leave a Reply

Your email address will not be published.