ନିଶାମୁକ୍ତ ଯୁବ ବିକଶିତ ଭାରତର ଜାତୀୟ ସଙ୍କଳ୍ପ ସମ୍ମୋହନ



କେନ୍ଦ୍ରାପଡ଼ା,୨୦ା୯:ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ମାଇଁ ଭାରତ – ମୋ ଭାରତ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତର ଏକଶହ ସପ୍ତାହ କାର୍ଯ୍ୟକର୍ମର ଆଜି ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ ଉଦଘାଟନ କରିଥିବା ବେଳେ ମାଇଁ ଭାରତ -ମୋ ଭାରତର ଜିଲ୍ଲା ଯୁବ ଅଧିକାରୀ ସିଦ୍ଧାର୍ଥ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବରେ ସମାଜସେବୀ ତଥା ବରିଷ୍ଠ ଆଇଜୀବୀ ରମଣୀରଞ୍ଜନ ରାଉତରାୟ ଯୋଗଦେଇଥିଲେ। ଦିଲ୍ଲିପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଏକ ଶପଥପାଠ କରାଯାଇଥିବା ବେଳେ ଦସ୍ତଖତ ଅଭିଯାନ ଓ ନିଶାମୁକ୍ତ ନାଟକ ଗୋପାଳ ଦାସ ସ୍ମୃତି କମିଟି ଦ୍ୱାରା ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥି ଡା. ମିଶ୍ର ଯୁବକ/ଯୁବତୀମାନଙ୍କୁ ସଚେତନ କରାଇବା ସହ ନିଶା ଠାରୁ କିପରି ଦୂରେଇ ରହିବେ ସେସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ଯୁବାମାନେ ହେଉଛନ୍ତି ଦେଶର ଶକ୍ତି, ଆଶା ଓ ଭବିଷ୍ୟତ। ଆଜିର ଯୁବା ଆସନ୍ତାକାଲିର ଭାରତକୁ ଗଢିବେ। ତେଣୁ ଏକ ସୁଦୃଢ, ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତ ଗଢିବା ପାଇଁ ଯୁବପିଢୀ ନିଶାମୁକ୍ତ, ସୁସ୍ଥ, ଶିକ୍ଷିତ ଓ ଦକ୍ଷ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମାଇଁ ଭାରତ କର୍ମକର୍ତ୍ତା ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶକ୍ତିସ୍ୱରୂପ ସାହୁ, ଆହ୍ୱାନ ରାଉତରାୟ, ଭାଗ୍ୟଲକ୍ଷ୍ମୀ ବେହୁରା ଓ ପଦ୍ମମିନିି ସାହୁ ପ୍ରମୁଖ ପରିଚାଳନା କରିଥିଲେ।


Be the first to comment

Leave a Reply

Your email address will not be published.