ଗୀତରେ ଗୀତରେ ଗୀତ ଗୋବିନ୍ଦ ପୁସ୍ତକ ଲୋକାର୍ପିତ :: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ



କେନ୍ଦ୍ରାପଡ଼ା,୨୦ା୯: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ଆସର ପୁସ୍ତକ ଲୋକର୍ପଣ ପର୍ବ ସାହିତ୍ୟ ସଂସଦର ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଆଜି ହୋଟେଲ ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଟାନିକ ଭାବରେ ଉତ୍ସବକୁ ଉଦ୍‌ଘାଟନ କରି କହିଲେ ପୁସ୍ତକ ପ୍ରକାଶିତ ହେଉଥିବା ବେଳେ ପାଠକୀୟ ଆବୃତି ଦିନକୁ ଦିନ କମିବାରେ ଲାବିବ । ଏକ ଚିନ୍ତାର ବିଷୟ ଏବଂ ସବୁ ସଫଳ ମଣିଷ ପଛରେ ରହିଛି ଅଧ୍ୟୟନ । ପୁସ୍ତକକୁ ଯିଏ ବନ୍ଧୁ କରିପାରିଛି ଆଜି ନହେଲେ କାଲି ସଫଳତା ଆସିବ ।
ପ୍ରାରମ୍ଭରେ ରସାବଳୀ ନିର୍ମାତା ବୈଷ୍ଣବ ନନାଙ୍କ ଦେହାନ୍ତରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କଣ୍ଠଶିଳ୍ପୀ ଗୋଲକ ସେଠୀ ଆବାହନୀ ସଂଗୀତ ଗାନ କରିଥିବା ବେଳେ ଅଶୋକ ସାହୁ ଅତିଥି ପରିଚୟ ପ୍ରଦାନ ଓ ଉପସଭାପତି ପ୍ରଦୀପ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସାହିତ୍ୟ ସଂସଦର ସଂପାଦକ ଶୁଭାଂଶୁ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ସାହିତ୍ୟ ସଂସଦର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । କବି କରୁଣା କର ଦାସଙ୍କ ଦ୍ୱାରା ରଚିତ “ଗୀତରେ ଗୀତରେ ଗୀତ ଗୋବିନ୍ଦ” ପୁସ୍ତକକୁ ମୁଖ୍ୟ ଅତିଥି ଶ୍ରୀ ବେହେରା ଉନ୍ମୋଚନ କରିଥିଲେ । ସେହିପରି ପ୍ରଫେସର ଡ, ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ପୁସ୍ତକ “କବି କଲ୍ଲୋଳ” ଓ “ଉପନ୍ୟାସ ପରିକ୍ରମା” ପୁସ୍ତକକୁ ମଧ୍ୟ ଅତିଥି ମାନେ ଲୋକାର୍ପଣ କରିଥିଲେ । ପୁସ୍ତକ ସମୀକ୍ଷକ ଭାବରେ ଡ.ସର୍ବେଶ୍ୱର ସେଣ ଓ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ଉନ୍ମୋଚିତ ହୋଇଥିବା ୩ଟି ପୁସ୍ତକକୁ ସମୀକ୍ଷା କରିଥିଲେ । ଏହି ଅବସରରେ ବରେଣ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ଡ. ବାସୁଦେବ ଦାସ, ଉପସଭାପତି ରାମକୃଷ୍ଣ ଦାଶ, ହେନ୍ତାଳ ପତ୍ରିକାର ସଂପାଦକ ହେମନ୍ତ କୁମାର ରାଉତ, କବି କାଶୀନାଥ ରାଉତରାୟ, ଡ. ନାରାୟଣ ପ୍ରସାଦ ଜେନା, ଅଧ୍ୟାପକ ଅଜୟ କୁମାର ସାମଲ, ଅଧ୍ୟାପକ ଦିଲ୍ଲିପ କୁମାର ମିଶ୍ର, ସୁରେନ୍ଦ୍ର କୁମାର ବେହେରା, କବି ବିଭୁ ନାୟକ ଯୋଗଦାନ କରି ପୁସ୍ତକ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ଚରଣ ସ୍ୱାଇଁ, ଉପେନ୍ଦ୍ର ପ୍ରଧାନ, ସତ୍ୟପ୍ରିୟ ପରିଡା, ରମଣି ରଞ୍ଜନ ରାଉତରାୟ, ବାଲିଯାତ୍ରା କମିଟିର ସଂପାଦକ ସଞ୍ଜୟ କୁମାର ଜେନା, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଶରତ କୁମାର ରାଉତ, ସ୍ୱପ୍ନାଂଶୁ କୁମାର ଦାସ, ଗଗନ ବିହାରୀ ସିଂହ, କ୍ଷରୋଦ କୁମାର ନାଥ, ପ୍ରେମାନନ୍ଦ ଦାସ, ତପସ୍ୱନୀ ପଟ୍ଟନାୟକ, ମେଜର ଭରତ ଚନ୍ଦ୍ର ଜେନା, ଶୈଳଜା ଶଙ୍କର ସାମଲ, ଡ.ବଳରାମ ଲେଙ୍କା, ସତ୍ୟବ୍ରତ ସିଂ, ଅଧ୍ୟାପକ ଦୀପକ କୁମାର ଜେନା, ଶ୍ରୀଧର ଭୋଳ, ରଜନୀକାନ୍ତ ଦାସ ଓ ମଧୁସୁଦନ ଦାସ ଯୋଗଦାନ କରି ଆଲୋଚନାରେ ଭାଗନେଇଥିବା ବେଳେ ନାରୀ କବି କାକୁଲି ମଲ୍ଲିକ ଧନ୍ୟବାଦ ଜ୍ଞାପନ କରିଥିଲେ ।


Be the first to comment

Leave a Reply

Your email address will not be published.