ଡେରାବିଶ ଅଞ୍ଚଳକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା ଦାବି

0

ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ

କେନ୍ଦ୍ରାପଡ଼ା,୩୦ା୯:ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ ସଂଙ୍ଘର ସ୍ଥାୟୀ ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ଶିକ୍ଷକ ସଙ୍ଘର ବରିଷ୍ଠ ନେତା ଅବନୀ କୁମାର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅର୍ଣ୍ଣବ ବାତ୍ୟା ଓ ପ୍ରବଳ ବର୍ଷାରେ ଡେରାବିଶ ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଯାଇଛି। ପ୍ରଥମ ବନ୍ୟାରେ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଚାଷୀମାନେ ଦ୍ୱିତୀୟବାର ବହୁ ପରିଶ୍ରମ କରି ଜମିରେ ଧାନ ସହିତ ଅନ୍ୟ ଫସଲ କରିଥିଲେ। ମାତ୍ର ପ୍ରବଳ ବର୍ଷା ଫଳରେ ସେହି ଫସାଲ ସବୁ ନଷ୍ଟ ହୋଇଯିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି। ବନ୍ୟାରୁ ବର୍ତ୍ତିଯାଇଥିବା କିଛି ଫସଲ ବୁଲା ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଗୋଶାଳା ପ୍ରତିଷ୍ଠା କରାଯାଇ ଷଣ୍ଢମାନଙ୍କୁ ଆୟତ୍ତ କରାଯିବାକୁ ନିବେଦନ କରାଯାଇଛି। ଏଭଳି ଭାବେ ଫସଲ ନଷ୍ଟ ହୋଇଯାଇଥିବାରୁ ଡେରାବିଶ ଅଞ୍ଚଳକୁ ବନ୍ୟାଞ୍ଚଳ ଭାବେ ଘୋଷଣା କରାଯାଇ ଚାଷୀମାନଙ୍କୁ ରବି ଚାଷ ପାଇଁ ମାଗଣାରେ ସାର, ବିହନ ପ୍ରଭୃତି ଯୋଗାଇ ଦିଆଯିବାକୁ ନିବେଦନ କରାଯାଇଛି।


Leave a Reply

Your email address will not be published. Required fields are marked *