ସେପ୍ଟେମ୍ବର ୯ରେ ହେବ ଋାଷ୍ଟ୍ରୀୟ ଲୋକ ଅଦାଲତ


କେନ୍ଦ୍ରାପଡ଼ା, ତା୩୧/୮: ଦରିଦ୍ର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡ଼ା କୋର୍ଟ ସମେତ ଏହାର ନିକଟବର୍ତି ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ । ସୂଚନାଯୋଗ୍ୟ ଯେ, ଅସହାୟଙ୍କୁ ମାଗଣା ଆଇନ ସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ରଖୁଛି ସମ୍ବିଧାନର ଧାରା ୩୯- ଇ । ତେଣୁ ଏହି ଲୋକ ଅଦାଲତରେ ଅସହାୟ ଗରିବ ଲୋକଙ୍କ ମୋକଦ୍ଦମାର ନ୍ୟାୟ ବିନା ମୂଲ୍ୟରେ ପ୍ରଦାନ କରାଯିବ । ଅଧିକରୁ ଅଧିକ ଲୋକ ସେମାନଙ୍କର ମୋକଦ୍ଦମାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଂଜୀକରଣ କରାଇ ଏହାର ସୁବିଧା ନେବାକୁ ନିବେଦନ କରିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ।

ମାନ୍ୟବର ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା କୋର୍ଟ ପରିସରରେ ପୂର୍ବାହ୍ଣ ୧୦ଘଟିକାରୁ ଆରମ୍ଭ ହେବ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ । ଏଥିରେ ପଂଜୀକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟରଯାନ ଦୁର୍ଘଟଣା, ବ୍ୟାଙ୍କ୍ ଋଣ ଜନିତ ମୋକଦ୍ଦମା ଆଦିର ତ୍ୱରିତ ଫଇସଲା ଶୁଣାଇବେ ଉପସ୍ଥିତ ବିଚାରପତି । ଫଳରେ ଦରିଦ୍ର, ନିଷ୍ପେସିତ, ଅବହେଳିତ ତଥା ଗ୍ରାମାଂଚଳରେ ଥିବା ଅଶିକ୍ଷିତ ଜନସାଧାରଣ ଏହି ଲୋକ ଅଦାଲତରୁ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଅସମାହିତ ମୋକଦ୍ଦମାଗୁଡ଼ିକର ଫଇସଲା କରାଯାଇ ଜନସାଧାରଣମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ହେଉଛି ରାଷ୍ଟ୍ରୀୟ ଲୋକ ଅଦାଲତର ମୂଳ ଉଦ୍ଦେଶ୍ୟ । ପ୍ରଚାର ପ୍ରସାର ମାଧ୍ୟମରେ ଏହାର ଗୁରୁତ୍ୱ କିପରି ତୃଣମୂଳ ସ୍ତରରେ ପହଂଚିପାରିବ ଏବଂ ଲୋକମାନେ ଏହାର ସୁଫଳ କିପରି ପାଇପାରିବେ ସେଥିପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି ।


Next Post

କୁମ୍ଭୀର ଆତଙ୍କରେ ନଦୀକୂଳିଆବାସୀ ଆତଙ୍କିତ, ପୁଅ ଆଖିଆଗରୁ ବାପାକୁ ଝାମ୍ପିନେଲା କୁମ୍ଭୀର

Fri Sep 1 , 2023
  କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ ପୁଣି ଦେଖିବାକୁ ମିଳିଛି । ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଦୁଇମାସ ମଧ୍ୟରେ ୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲେଣି । ରାଜନଗର ବ୍ଲକ ରାଜପୁର ଗ୍ରାମର ଅଭୟ ରାଉତ (ଭାସିଆ) ୬୫ବର୍ଷକୁ ବ୍ରାହ୍ମଣୀ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଛି । ସବୁଠାରୁ ବଡକଥା ହେଲା, ଅନିଲର ଆଖି ଆଗରେ ତା ବାପା ଅଭୟକୁ କୁମ୍ଭୀର ଝାମ୍ପି ନେଉଥିବାର […]

You May Like