କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା


                               ବରୀ ବ୍ଲକର ଅମଂପୁର ନଦୀରେ 

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର ଓ ରାଜନଗର ବ୍ଲକର ରାଜପୁର ଓ ହାତିଆଗଡ଼ିକୁ ମିଶାଇ ୬ଟି ମୂଲ୍ୟବାନ୍ ଜୀବନ ଇତି ମଧ୍ୟରେ ରକ୍ତମୁଖା କୁମ୍ଭୀର ନେଇ ସାରିଲାଣି । ବନ ବିଭାଗ ତରଫରୁ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଅନୁକମ୍ପା ସାହାଯ୍ୟ ପ୍ରଦାନ କରିବା ସହ ଡାକବାଜି ଯନ୍ତ୍ରରେ ନଦୀକୁ ନଯିବା ପାଇଁ ପ୍ରଚାର କରିବା ଓ ଅଧିକ ଲୋକ ବ୍ୟବହାର କରୁଥିବା ସ୍ଥାନମାନଙ୍କରେ ନଦୀ ଘାଟ ନିର୍ମାଣ ତଥା ତାରଜାଲି ଘେରାଇ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୁମ୍ଭୀର ଆତଙ୍କ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରମଣ ସ୍ଥଳରେ ଘାଟ ବା ତାରଜାଲି ବ୍ୟବସ୍ଥା କରାଯାଇନାହିଁ । ଲୋକେ ବଂଶାନୁକ୍ରମିକ ଭାବେ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରି ଚଳୁଥିବା ଯୋଗୁଁ ନଦୀ ଛାଡି ଚଳିବା ସମ୍ଭବ ହେଉନାହିଁ ।ଏହି ସମସ୍ତ ଘଟଣା ବର୍ଣ୍ଣନା କରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏକ ଚିଠିଲେଖି ନିବେଦନ କରିଛନ୍ତି । ତାଙ୍କ ପତ୍ରରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ବ୍ରାହ୍ମଣୀ ନଦୀରୁ କୁମ୍ଭୀରମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅପସାରଣ କରିବା ପାଇଁ ଅନୁରୋଧ ଜଣାଇଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ଆପଣ କହିଥିଲେ ଯେ ଆପଣଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ । ସୁତରାଂ ଆପଣ ପରିସ୍ଥିତିର ଭୟାବହତାକୁ ହୃଦୟଙ୍ଗମ ହୋଇ ଅବିଳମ୍ବେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରଛୁ।


Discover more from

Subscribe now to keep reading and get access to the full archive.

Continue reading