ଆମେ ବିଧାନସଭା ଯିବା ଧୋୟାଞ୍ଚଳ କଂଗ୍ରେସ ବୌଠକରେ ସଂକଳ୍ପ ପାରିତ


କେନ୍ଦ୍ରାପଡା ବିଧାନସବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସାତଗୋଟି ଧୋୟାଅଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହି ଓ ବଲୁରିଆର ପଞ୍ଚାୟତରେ ଏକ ମିଳିତ କଂଗ୍ରେସ କର୍ମୀ ବୈଠକ ଦାଣ୍ଡିସାହି ଠାରେ ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ “ଆମେ ବିଧାନ ସଭା ଯିବା” ସଂକଳ୍ପ ଗ୍ରହଣ କରାଯାଇଛି । ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ କଂଗ୍ରେସର ପ୍ରମୁଖ ସଂଗଠକ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଆଗାମୀ ନିର୍ବାଚନ ଆମ ପାଇଁ ସର୍ବ କାଳିନ ଗୁରୁତ୍ୱ ବହନ କରେ । ଆମକୁ ବିଧାନ ସଭା ପ୍ରବେଶ କରିବାକୁ ହେଲେ ମହାତ୍ମାଗାନ୍ଧୀଙ୍କ ‘ଅଗଷ୍ଟ ୧୯୪୨’ ଆହ୍ୱାନ “କର ବା ମର” ଗ୍ରହଣ କରିବାକୁ ପଡିବ । ବିଧାନସଭା ନିର୍ବାଚନ ଆଗୁଆ ହେବାର ବଡ ସମ୍ଭାବନା ଥିବାରୁ ଆଜିଠାରୁ ଆମର ସମସ୍ତ କର୍ମୀ ନିର୍ବାଚନ ମୁଖୀ ହେବା ଜରୁରୀ, ଆବେଗ ପୂର୍ଣ୍ଣ ଭାବରେ ସେ କର୍ମୀ ମାନଙ୍କୁ ନିବେଦନ କରିଥିଲେ କହିଥିଲେ “ମୋ ଦାୟିତ୍ୱ ଆପଣ ନିଅନ୍ତୁ’ ଆପଣଙ୍କ ଦାୟିତ୍ୱ ମୋତେ ଦିଅନ୍ତୁ” । ଚଳିତ ମାସରେ ଏହି ସାତ ପଞ୍ଚାୟତର ଏକ ବିଶାଳ କର୍ମି ସମ୍ମିଳନୀ ଦାଣ୍ଡିସାହି ଠାରେ ଆୟୋଜିତ କରିବାର ନିସ୍ପତ୍ତି ନିଆଯାଇଥିଲା । ଗଣେଶ୍ୱର ବେହେରାଙ୍କ ନିରବଚ୍ଛିନ୍ନ ଉଦ୍ୟମରେ ସିଂହଗାଁ ପଞ୍ଚାୟତକୁ ସଂଯୋଗ କରିବା ପାଇଁ କଣ୍ଠିଆନାଳ ସେତୁର ନିର୍ମାଣ ପ୍ରକ୍ରିୟା ବିରଜା କଂଷ୍ଟ୍ରକସନ ସହ ସମ୍ପାଦିତ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ଆଉ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ସର୍ବଶ୍ରୀ ଧନେଶ୍ୱର ପ୍ରଧାନ, ନୃସିଂହ ଚରଣ ବିଶ୍ୱାଳ, ପ୍ରତାପ ଚନ୍ଦ୍ର ବିଶ୍ୱାଳ, ଗୋଲେଖ ଚନ୍ଦ୍ର ବେହେରା, କ୍ଷମାନିଧି ସାମଲ, ସୁରେଶ ଚନ୍ଦ୍ର ଦାସ, ଚନ୍ଦନ କୁମାର ସାହୁ, ରଘୁନାଥ ଜେନା, ବିପିନ କୁମାର ଜେନା, କୌଳାସ ଚନ୍ଦ୍ର ଦାସ, ରଞ୍ଜିତ କୁମାର ସ୍ୱାଇଁ, ଡି ରବଟସନ ରାଜୁ, କୁଳମଣୀ ନାୟକ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ବିଶ୍ୱଜିତ ମହାନ୍ତି, ବୃଷଭାନୁ ଦାସ, କାଙ୍ଗାଳୀ ଚରଣ ସେଠୀ, ଦୀପକ କୁମାର ନାୟକ, ସତ୍ୟାନନ୍ଦ ଦାସ, ଉମାକାନ୍ତ ବିହାରୀ, ମୁକେଶ କୁମାର ଦାସ, ଦୀପକ କୁମାର ଭଦ୍ର, ଚନ୍ଦ୍ରଧର ମଲ୍ଲିକ, ନୟନ କୁମାର ରାଉତ, କାର୍ତ୍ତିକ ସେଠୀ, ସୁଦର୍ଶନ ସେଠୀ, ସୁଶୀଲ କୁମାର ଦାସ, ଗୋଲଖ ଚନ୍ଦ୍ର ଥାଟୋଇ, ବିକ୍ରମ କେଶରୀ ନାୟକ, ଜୀତେନ୍ଦ୍ର ବେହେରା, ଖଗେଶ୍ୱର ଜେନା, ଲକ୍ଷ୍ମୀଧର ବାରିକ ଓ ପୁରୁଷୋତ୍ତମ ଗିରି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading