ଚାଷୀ ସମସ୍ୟା ପ୍ରତି ଉଦାସିନ ରହିଲେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ପତନ ନିଶ୍ଚୟ



କେନ୍ଦ୍ରାପଡ଼ା, ୧ା୯: ଅଖିଳ ଭାରତ କୃଷକ ସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡା ଜିଲ୍ଲା କମିଟି ଓ ରମଚଣ୍ଡୀ କୃଷକ ସଭା ପକ୍ଷରୁ ଆଜି କୃଷକଙ୍କର ଦାବି ଦିବସ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ୧୯୩୬ ମସିହା ଆଜିର ଦିନରେ ପରାଧିନ ଭାରତ ବର୍ଷରେ ଅଖିଳ ଭାରତ କୃଷକ ସଭା ଗଠିତ ହୋଇ ଦେଶ ସ୍ୱାଧୀନତାର ଅନେକ ଏ.ଆଇ. କେ.ଏସ. ନେତା ଦେଶ ପାଇଁ ଜୀବନ ଦେଇଛନ୍ତିି । ମାତ୍ର ସ୍ୱାଧୀନତାର ୭୬ ବର୍ଷ ପରେ ଆଜି ଚାଷୀମାନେ ଯେଉଁ ଅନ୍ଧାର ସେହି ଅନ୍ଧାର ଭିତରେ । ଚାଷୀ ଫସଲର ଉଚିତ ଦର ପାଉନାହିଁ କି ସ୍ୱାମୀ ନାଥନ କମିଶନର ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ ନାହିଁ । ନୂତନ କୃଷି ଆଇନ ଆଣି କୃଷକମାନଙ୍କର ପ୍ରଭୁତ୍ୱ କ୍ଷତି ସାଧନ କରାଯାଇଛି । ୨୦୨୦ ବିଦ୍ୟୁତ ସଂସ୍ଥାର ଆଇନ ତଦ୍ ରୂପ ଭାବେ ଚାଷୀଙ୍କ ପେନସନ ୫ଶହ ଟଙ୍କା, ମନ୍ତ୍ରୀ/ ବିଧାୟକଙ୍କ ପାରିବାରିକ ପେନସନ ସହିତ ମାସିକ ୧ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଆଜିବି ମହାକାଳପଡା ତହସିଲରେ ଦଖଲ ଜମିର ପଟ୍ଟା ନାହିଁ । ପରନ୍ତୁ ସରକାର ଜଙ୍ଗଲ ଆଇନ ବଳରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଉଦଘାତ କରୁଛନ୍ତି । ସ୍ୱାଧୀନତାର ୭୬ ବର୍ଷ ପରେ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଶୀତଳ ଭଣ୍ଡାର ନାହି କି ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ନାହିଁ । ଏ ସମସ୍ତ ଦାବିକୁ ନେଇ ଏକ ବିକ୍ଷୋଭ ସମାବେଶ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ଏ.ଆଇ.କେ.ଏସ.ର ରାଜ୍ୟ ନେତା ସାଥି ରମଣୀ ରଞ୍ଜନ ରାଉତରାୟ, ସାଥି ଆଦିକନ୍ଦ ରାଉଳ, ସାଥି ବାବାଜୀ ଧଳ, ସାଥି ବିକାଶ ଚନ୍ଦ୍ର ବେଉରା, ସାଥି ସଂଯୁକ୍ତା ରାଉତ, ସାଥି ସୁହାନା ବେଗମ, ସାଥି ପ୍ରଦୀପ୍ତ ବେହେରା, ସାଥି ରମେଶ ଚନ୍ଦ୍ର ନାୟକ, ରାମଚଣ୍ଡୀ କୃଷକ ସଭାର ସଭାପତି ସାଥି ପ୍ରଶାନ୍ତ ଚୈାଧୁରୀ, ଉପସଭାପତି ସାଥି ଧିରେନ୍ଦ୍ର ସାମଲ, ସମ୍ପାଦକ ସାଥି ହରେକୃଷ୍ଣ ମାଝି. ସାଥି ଦାମୋଦର ମଳିକ, ସାଥି କୁବେର ସାହୁ , ସାଥି ନିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ବ୍ୟାପକ ଲଢାଇ ପାଇଁ ଡାକରା ଦେଇଥିଲେ ।


Next Post

ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ସମ୍ପନ୍ନ

Sat Sep 2 , 2023
କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ଶ୍ରୀଜୀଉଙ୍କ ଆର୍ଶୀବାଦ ଭିକ୍ଷା ପୂର୍ବକ ଆଗାମୀ ୧୫ ଦିନ ମଧ୍ୟରେ ଜୀଉଙ୍କ ଦୋଳବେଦୀରେ ପୁର୍ନବିନ୍ୟାସ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜୀଉଙ୍କ ମନ୍ଦିରର ପୁନରୁଦ୍ଧାର ଓ ଦୋଳବେଦୀକୁ […]