ସ୍କୁଟି ସହ ବାଇକ ମୁହାଁମୁହିଁ ଧକ୍କା , ଜଣେ ଗୁରୁତର


 କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରୋଡ କାନାରା ବ୍ୟାଙ୍କ ନିକଟରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଆରୋହି ଗୁରୁତର ହୋଇଛନ୍ତି ଶନିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ଯୋଗେ ଅରପିତା ରାଉତ ନାମକ ଯୁବତୀ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଲସର ବାଇକ ମୁହାଁ ମୁହିଁ ଧକ୍କା ଦେଇଥିଲା ଯାହା ଫଳରେ ସ୍କୁଟି ଚାଳକ ଅରପିତା ପଡି ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି  ପ୍ରକାଶ ଯେ ପଲସର ଚାଳକ ଏକ ହାତରେ ବାଇକ ଚଳାଉ ଥିବା ବେଳେ ଏକ ହାତରେ ଭିଡିଓ ସୁଟିଂ କରୁଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ଭାଇରାଲ ଭିଡିଓରୁ ଜଣାପଡିଛି