ଷଣ୍ଢ ସହ ଧକ୍କା ହେଲା ବାଇକ୍‌, ଜଣେ ଗୁରୁତର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ସଂସାରଫଳ ନିକଟରେ ଷଣ୍ଢ ସହ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଯୁବକଙ୍କଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବାଇକ ଆରୋହୀ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ପଞ୍ଚାଯତ ବଉଳାଙ୍ଗ ଗ୍ରାମର ବିକାଶ ଦାସ ବୋଲି ଜଣାପଡିଛି ।


Next Post

ବଜ୍ରପାତରେ ଯୁବ ଚାଷୀଙ୍କ ବିୟୋଗ

Sun Sep 3 , 2023
କେନ୍ଦ୍ରାପଡ଼ା,୩ା୯ : ବଜ୍ରପାତରେ ଜଣେ ଯୁବଚାଷୀଙ୍କ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କଂସାର ଗ୍ରାମର ରଘୁନାଥ ରଣାଙ୍କ ପୁତ୍ର ପ୍ରତାପ ରଣା(୨୮) ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲରେ ତଳି ରୁଆ କାର୍ଯ୍ୟ କରୁଥିବା ବେଳେ ହଠାତ ବଜ୍ରପାତ ଘଟି ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍କାଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । […]

You May Like