
କେନ୍ଦ୍ରାପଡ଼ା – ଅଲ ଓଡିଶା ପିଯନ ଆସୋସିଏସନ ଓ କେନ୍ଦ୍ରାପଡ଼ା ପିଯନ କ୍ଳବର ମିଳିତ ଉଦ୍ଧ୍ୟମରେ ଆଜି ଗୌରୀଶଙ୍କର ହୋଟେଲ ପରିସରରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ପାରା ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଡାଣରେ ସାଲେପୁର, ନୃସିଂହ, ପିରବଜାର , ଲିଙ୍ଗରାଜ, ପୁରୀ, ଖୋର୍ଦ୍ଧା, କଟକଆଦି ପିଯନ କ୍ଳବର ସଦସ୍ୟମାନେ ସେମାନଙ୍କ ପାରା ଉଡାଇଥିଲେ । ଏହି ପାରା ଉଡାଣ କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଉଡ଼ାଯାଇଥିଲା । ଏହି ଉଡାଣ ପାରାମାନଙ୍କ ଭିତରେ କମ ଦୂରତା ଓ ଉଚ୍ଚ ଦୂରତା ମଧ୍ୟରେ ହୋଇଥିଲା । ନିମ୍ନ ଉଡାଣରେ କେନ୍ଦ୍ରାପଡ଼ାର ସୁବାଶିଷ ଦାସ ପ୍ରଥମ, ପ୍ରଭାଶିଷ ପଣ୍ଡା ଦ୍ୱତୀୟ, ଉମାକାନ୍ତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଉଚ୍ଚ ଉଡାଣରେ ମହାରଣା ବ୍ରଦର୍ସ ପ୍ରଥମ, ଗୋବିନ୍ଦ ବାରିକ ଦ୍ୱତୀୟ, ବାପି /ରତିଙ୍କ ପାରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କେନ୍ଦ୍ରାପଡ଼ା ପିଯନ କ୍ଲବ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଲୋ ଉଡାଣରେ ପ୍ରଭାଶିଷ ପଣ୍ଡା ପ୍ରଥମ, ସୌମ୍ୟକାନ୍ତ ପଣ୍ଡା ଦ୍ୱତୀୟ, ମାନସ ରାଉତଙ୍କ ପାରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ଉଡାଣରେ ସୌମ୍ୟରଞ୍ଜନ ପଣ୍ଡା ପ୍ରଥମ, ସୁବାସ ସ୍ୱାଇଁ ଦ୍ୱତୀୟ, ଆନନ୍ଦ ସେଠିଙ୍କ ପାରା ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ବିଧାୟକ ଶଶୀଭୁଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ଅତୀତରେ ପାରାର ଭୂମିକା ଉପରେ ଆଲୋଚନା କରିଥିଲ, ସମ୍ମାନିତ ଅତିଥି ପଶ୍ଚିମବଙ୍ଗରୁ ଆସିଥିବା ବିପ୍ଳବ ମଣ୍ଡଳ, ହର ପଭେଜ, ଲତି ଫୁଦିନ, ୱାକର ଆଜ଼ମ ଆଦି ଯୋଗଦେଇଥିଲେ । ଏହି ପୁରସ୍କାର ବିତରଣୀ ସଭାରେ ସାରା ଓଡିଶାରୁ ବହୁ ପାରା ଉଡାଳି ପ୍ରତିଯୋଗୀ ଉପସ୍ଥିତ ଥିଲେ ।











