ବେଆଇନ ବାଲି ଚାଲାଣ ବେଳେ ତିନ ହାଇୱ୍ୱା ଜବତ



ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଚୋରା ବାଲି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ସମିର ବେହେରା ଉକ୍ତ ଘଟଣାକୁ ଗୁରୁତର ସହିତ ନେଇଥିବା ବେଳେ ସୋମବାର ବେଆଇନ ବାଲି ଚାଲାଣ ହେଉଥିବା ତିନୋଟି ହାଇୱ୍ୱା ଗାଡିକୁ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଅଟକ ରଖି ଯାଂଚ ବେଳେ ବାଲି ପରିବହନ ବାବଦୀୟ କୌଣସି ସ୍ୱୀକୃତି ପତ୍ର ଦେଖାଇନପାରିବାରୁ ପରେ ଗାଡି ତିନୋଟିକୁ ଜବତ କରା ଯାଇଥିଲା । ତିନୋଟି ହାଇୱ୍ୱା ମାଲିକଙ୍କ ଉପରେ ୨୦ ହାଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ବେଳେ ଜଣେ ହାଇୱ୍ୱା ମାଲିକ ୨୦ ହଜାର ଜରିମାନା ଦେଇ ଥିବା ତହସିଲଦାର କହିଛନ୍ତି ।


Next Post

ଗାଁକୁ ଆସୁନାହାଁନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

Tue Sep 5 , 2023
ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହା କେତେମାତ୍ରାରେ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୃଷକଙ୍କ ସମସ୍ୟାର କୌଣସି […]

You May Like