ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଜୋରଦାର , ପ୍ରଶାସନର ବିରୋଧ ସତ୍ତ୍ୱେ ଗଣଧାରଣା ଆରମ୍ଭ,ସେପ୍ଟେମ୍ବର ୨୨ରେ ହେବ ଅର୍ଥନୈତିକ ଅବରୋଧ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଦୀର୍ଘ ୨ବର୍ଷରୁ ଅଧିକ କାଳ ଧରି ଆନ୍ଦୋଳନ ଚାଲିଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନା ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ସକରାତ୍ମକ ନିଷ୍ପତ୍ତି ନେଲେ ନାହିଁ । ଫଳରେ କ୍ରିୟାନୁଷ୍ଠାନ କମିଟି ଗୁରୁଦିବସ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗରାପୁରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ୪ତାରିଖ ସନ୍ଧ୍ୟାରେ ପ୍ରଶାସନ ଆନ୍ଦୋଳନ ଭୟରେ ଧାରଣା ପାଇଁ ଅନୁମତି ଦେବାକୁ ଅଗ୍ରାହ୍ୟ କରିଦେଲେ । ମାତ୍ର ଆଜି ସକାଳୁ ସକାଳୁ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶତାଧିକ ଲୋକେ ସେଠାରେ ପହଞ୍ôଚ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ଜିଲ୍ଲାବାସୀଙ୍କ ନ୍ୟାୟୋଚିତ ଦାବି ହାସଲ ନିମନ୍ତେ ସମସ୍ତ ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ବଜ୍ର ଶପଥ ନେବା ସହ ସେହିଠାରେ ଗଣଧାରଣାରେ ବସିଥିଲେ । ଆସନ୍ତାକାଲିଠାରୁ ପ୍ରତୀକ ଧାରଣା ଚାଲୁ ରଖିବା ପାଇଁ ଘୋଷଣା କରିଥିଲେ । ଏହା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସଚେତନ ନ ହେଲେ ଆସନ୍ତା ୨୨ତାରିଖ ବିଧାନସଭା ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ରାପଡାରେ ଅର୍ଥନୈତିକ ଅବରୋଧ କରାଯାଇ ସରକାରଙ୍କୁ ମୁକାବିଲା କରାଯିବ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି । ଏହି ଆନ୍ଦୋଳନରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସମେତ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ଭାଗୀରଥି ଜେନା, ରାଜକିଶୋର ବିଶ୍ୱାଳ, ଅଧ୍ୟାପକ ଗୋଲକ ପ୍ରସାଦ ମହାଭୋଇ, ସୀତାକାନ୍ତ ନାୟକ, ଅଭିମନ୍ୟୁ ରାଉତ, ପ୍ରଦୀପ ଦାଶ, କୃଷ୍ଣଚନ୍ଦ୍ର ରାଉତ, ନରୋତ୍ତମ ପାର୍ଥସାରଥୀ, ରବିନ୍ଦ୍ରନାଥ ରଥ, ଲୋହିତ ମହାନ୍ତି, ରାଜେନ୍ଦ୍ର ମହାପାତ୍ର, ଦାଶରଥୀ ସାହୁ, ଅମର ପ୍ରସାଦ ରାଉତ, ଅକ୍ରୁର ପଲାଇ, କରୁଣାକର ଦାସ, ବୈଷ୍ଣବ ସ୍ୱାଇଁ, ରାଧାକାନ୍ତ ଅଧିକାରୀ, ନରୋତ୍ତମ ଜେନା, କୁଳମଣୀ ନାୟକ, ରମେଶ ଚନ୍ଦ୍ର ନାୟକ, ହୃଷିକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ବିଭିନ୍ନ ଦାବୀ ଏସ ଏସ ବି ଅଧ୍ୟାପକଙ୍କ କଳା ବ୍ୟାଚ ପରିଧାନ

Wed Sep 6 , 2023
ଓଡିଶାର ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଏସ ଏସ ବି ଅଧ୍ୟାପକ ଓ ଅଧ୍ୟାପିକା ସ୍ୱଳ୍ପ ଦରମାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀପ୍ରତି ଉଦାସୀନ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି । ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ସଭାପତି ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଗ୍ରେଡ଼ ପେ ୪୬୦୦ରୁ ୫୪୦୦ କରିବା ଆଦି ବିଭିନ୍ନ ଦାବୀ ନେଇ ପଟ୍ଟାମୁଣ୍ଡାଇ […]